ଚନ୍ଦ୍ରଶେଖର ସାହୁ ହେଲେ ବିଜେଡି ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ୱ । ଚନ୍ଦ୍ରଶେଖରଙ୍କୁ ବିଜେଡି ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥସହିତ ତାଙ୍କୁ ରାଜ୍ୟ ଉପ-ସଭାପତି ଭାବେ ମଧ୍ୟ ନୂଆ ନିଯୁକ୍ତି ମିଳିଛି ।

ବର୍ତ୍ତମାନ ଚନ୍ଦ୍ରଶେଖରଙ୍କ ତତ୍ତ୍ୱାବଧାନରେ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବ ବିଜେଡି । ଦଳ କେଉଁ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ନିଜର ଇସ୍ତାହାର ପ୍ରକାଶ କରିବ, ତାର ଦାୟିତ୍ୱ ଏବେ ଚନ୍ଦ୍ରଶେଖର ସାହୁଙ୍କୁ ଦିଆଯାଇଛି ।

Related Posts