୨୨ ମୁଖାଧାରୀ ଗିରଫ: ସୁରକ୍ଷା ମାଗିଲେ ବ୍ୟବସାୟୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ମାର୍କେଟ ବିଲଡିଂରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ବଢ଼ିଲା ଗିରଫ ସଂଖ୍ୟା । ଶନିବାର 18 ଜଣ ଗିରଫ ହୋଇଥିବାବେଳେ, ରବିବାର ଆଉ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଏ ବେବି 3 ମାଷ୍ଟରମାଇଣ୍ଡ ଫେରାର ଥିବାରୁ ବ୍ୟବସାୟୀମାନେ ପୋଲିସକୁ ମାଗିଛନ୍ତି ସୁରକ୍ଷା ।

ସୁରକ୍ଷା ମାଗିଲେ ବ୍ୟବସାୟୀ
ମାର୍କେଟ ବିଲଡିଂ ଗୁଣ୍ଡାରାଜ୍‌ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ
ଗୁଣ୍ଡାଗର୍ଦ୍ଦି ଘଟଣାରେ ଆଉ ୪ ଗିରଫ
୨୨କୁ ବଢ଼ିଲା ଗିରଫ ସଂଖ୍ୟା
ଏ ବେବି ୩ ମାଷ୍ଟରମାଇଣ୍ଡ ଫେରାର
ପୋଲିସ ସୁରକ୍ଷା ମାଗିଲେ ବ୍ୟବସାୟୀ

ଭୁବନେଶ୍ବର ମାର୍କେଟ ବିଲଡିଂରେ ଆତଙ୍କରାଜ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଗୁଣ୍ଡାଗର୍ଦ୍ଦି ଘଟଣାରେ ଆଉ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ଏବେ 22ରେ ପହଞ୍ଚିଛି । ଶନିବାର ମାର୍କେଟ ବିଲ୍‌ଡିଂରେ ଗୁଣ୍ଡାଗର୍ଦ୍ଦି ଘଟଣାରେ 18 ଜଣ ଗିରଫ ହୋଇଥିବାବେଳେ, ରବିବାର ଧରାପଡ଼ିଛନ୍ତି ଆଉ 4 । ଏମାନଙ୍କ ମଧ୍ୟରେ ଅଛନ୍ତି 3 ନାବାଳକ । ସେପଟେ ପ୍ରତିଶୋଧ ନେବାକୁ ଶନିବାର ପୁଣି କିଛି ଯୁବକ ମାର୍କେଟ ବିଲଡିଂରେ ଆତଙ୍କ ସୃଷ୍ଟି ପାଇଁ କରିଥିଲେ ଉଦ୍ୟମ । ସେଥିପାଇଁ ପୋଲିସ ସୁରକ୍ଷା ମାଗିଛନ୍ତି ବ୍ୟବସାୟୀ ।

ସେପଟେ ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ମାର୍କେଟ ବିଲଡିଂରେ ବିହାର ଷ୍ଟାଇଲରେ ଯୁବକଙ୍କ ଆତଙ୍କରାଜ ଘଟଣା କମିଶନରେଟ୍ ପୋଲିସକୁ ପୁଣି ଚ୍ୟାଲେଞ୍ଜ ଦେଇଛି । ଥାନା ଠାରୁ ମାତ୍ର 2 ଶହ ମିଟର ଦୂର, ନିକଟରେ ଲୋକ ସେବା ଭବନ, ବିଧାନସଭା ରହିଛି । ସକାଳୁ ରାତି ପର୍ଯ୍ୟନ୍ତ ମାର୍କେଟ ବିଲଡିଂରେ ଲାଗିଥାଏ ଲୋକଙ୍କ ଭିଡ଼ । ଏଭଳି ହାଇ ସିକ୍ୟୁରିଟି ଜୋନରେ ଆତଙ୍କରାଜ କରିବା ଏବଂ ପୋଲିସ ଏ ସମ୍ପର୍କରେ ଟେର୍ ନପାଇବା ପୋଲିସର ଗୁଇନ୍ଦା ତଥ୍ୟ ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ। ପୂର୍ବତନ ପୋଲିସ ଡିଜି କହିଛନ୍ତି, ଥାନାରେ ଯେତେବେଳେ ମାମଲା ସମାଧାନ ହୋଇଥିଲା, ସେତେବେଳେ ଉଭୟ ପକ୍ଷଙ୍କ କ୍ରାଇମ ରେକର୍ଡ ଉପରେ ପୋଲିସ ଭେରିଫାଏ କରିବା କଥା । ଯାହା ପୋଲିସ କରିନାହିଁ ।
ପୋଲିସର ୱାଣ୍ଟେଡ ଲିଷ୍ଟରେ 3 ମାଷ୍ଟରମାଇଣ୍ଡ ଗୋପୀ, ପ୍ରୀତମ ଏବଂ ଚିଣ୍ଟୁ । ଏମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ରହିଛି ଅନେକ ଅପରାଧ ମାମଲା । ଗଣ୍ଡଗୋଳର ସୁତ୍ରପାତ ବି ଏମାନେ କରିଥିଲେ । ମାର୍କେଟ ବିଲଡିଂରେ ଆତଙ୍କରାଜ ସୃଷ୍ଟି କରିବାକୁ ପ୍ରୀତମ ଏବଂ ଚିଣ୍ଟୁ ସ୍କୁଲ ଓ କଲେଜ ପିଲାଙ୍କୁ ଉସକାଉଥିଲେ ବୋଲି କହିଛି ପୋଲିସ ।

Related Posts