LOVE-SEX-ଧୋକା !: ଗିରଫ ହେଲେ ଅଧ୍ୟାପିକା ଆଣ୍ଡ କୋ…

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: କିଏ କହୁଛି ସତ ? ବ୍ୟାଙ୍କ ଅଧିକାରୀ ନା ଅଧ୍ୟାପିକା ? କାହା କଥା ଠିକ୍ ? କାହା ଅଭିଯୋଗ ସତ ? ଟିଣ୍ଡର ଆପରେ ପ୍ରେମ, ଶାରିରୀକ ସମ୍ପର୍କ ପରେ ବ୍ଲାକମେଲ୍ ମାମଲାରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ଉଭୟ ଉଭୟଙ୍କ ବିରୋଧରେ ଅଭିଯୋଗ ପରେ ଥାନାରେ ରୁଜୁ ହୋଇଛି ଦୁଇଟି ଏଫଆଇଆର୍ । ବ୍ୟାଙ୍କ୍‌ ଅଧିକାରୀ ସୁନୀଲ ପ୍ରସାଦ ମିଶ୍ରଙ୍କ ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି ଅଧ୍ୟାପିକା ଏବଂ ତାଙ୍କ 3 ସହଯୋଗୀ ବାପି ନାୟକ, ଜ୍ୟୋତି ପ୍ରକାଶ ସ୍ବାଇଁ ଓ ଆଲୋକ କୁମାର ଦତ୍ତ । ଏମାନଙ୍କ ବିରୋଧରେ ଅପହରଣ, ଠକେଇ ଏବଂ ଚୋରି ଦଫା ଲଗାଇଛି ପୋଲିସ । ସେପଟେ ଅଧ୍ୟାପିକାଙ୍କ କାଉଣ୍ଟର ଏଫ୍‌ଏଆଇଆରେ ଗିରଫ ହୋଇଛନ୍ତି ବ୍ୟାଙ୍କ୍‌ ଅଧିକାରୀ ସୁନୀଲ ପ୍ରସାଦ ମିଶ୍ର ।

ଶୁକ୍ରବାର ଏନେଇ 2ଟି ପୃଥକ ପୃଥକ ମାମଲା ହୋଇଥିଲା । ଅପହରଣ, ଠକେଇ ଏବଂ ବ୍ଲାକମେଲ ନେଇପ୍ରଥମେ ଅଭିଯୋଗ କରିଥିଲେ ସୁନୀଲ ମିଶ୍ର । ଏହା ପରେ ପ୍ରଥମ ଦିନରୁ ହିଁ ପୋଲିସ ସନ୍ଦେହ ଘେରକୁ ଆସିଥିଲେ ଅଧ୍ୟାପିକା ଏବଂ ତାଙ୍କ 3 ସହଯୋଗୀ । ଅଧ୍ୟାପିକା ଗିରଫ ହେବାର ସମ୍ଭାବନା ଦେଖି ଶନିବାର ଦ୍ବିତୀୟ ଏଫଆଇଆର୍ ଦେଲେ ଅଧ୍ୟାପିକା । ନିଶା ଦେଇ ସୁନୀଲ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ଅଧ୍ୟାପିକା । ସେପଟେ ଗିରଫ ହୋଇଥିବା ଅଧ୍ୟାପିକାଙ୍କ ଡାକ୍ତରୀମାଇନା ପରେ ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି କହିଛି ଚନ୍ଦ୍ରଶେରପୁର ଥାନା ପୋଲିସ ।

Related Posts