ଭୁବନେଶ୍ୱର : ଭୁବନେଶ୍ୱର MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ସହିଦନଗର ଥାନା ପୋଲିସ ପୁରୁଷବନ୍ଧୁକୁ ଗିରଫ କରିଛି | ଗିରଫ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାଶ | ମୃତ୍ୟୁ ପୂର୍ବରୁ ଯୁବତୀ ଜଣଙ୍କ ସୁଇସାଇଡ଼ ନୋଟରେ ସତ୍ୟ ଦାଶଙ୍କ ନାମ ଉଲ୍ଲେଖ ଥିଲା । ଆଶ୍ରିତାଙ୍କୁ ଟର୍ଚ୍ଚର କରୁଥିବା ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ୍‌ ପକ୍ଷରୁ ଜଣାପଡ଼ିଛି । ସତ୍ୟ ଓ ଆଶ୍ରିତାଙ୍କ ମଧ୍ୟରେ ୯ ବର୍ଷ ଧରି ସମ୍ପର୍କ ରହିଥିଲା । ଉଭୟ ଗୋଟିଏ ଗ୍ରାମର ବୋଲି ସୂଚନା ମିଳିଛି ।

ସତ୍ୟ ପ୍ରକାଶ ଇନୋଫସିସର ବେଭେରଜ ବିଭଗର କାମ କରୁଥିଲା । ୨୦୧୯ ମସିହାରୁ ଆଉ ଜଣେ ଯୁବକ ସହ ଆଶ୍ରିତା କଥା ହେଉଥିଲେ । ଯାହାଦ୍ୱାରା ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୁଏ ବୋଲି ଜଣାପଡ଼ିଛି । ଯୁବତୀଙ୍କ କଲ ରେକର୍ଡ ଯାଂଚ କରିବା ପରେ ସତ୍ୟ ପ୍ରକାଶ ନାଁ ସାମ୍ନାକୁ ଆସିଥିଲା ।