ଭୁବନେଶ୍ୱରର ଚନ୍ଦକା ଅଞ୍ଚଳରେ ଚାଲିଥିଲା ବାଲ୍ୟ ବିବାହ: ଅଟକାଇଲା ପ୍ରଶାସନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବାଲ୍ୟ ବିବାହ। ସରକାରଙ୍କ ପକ୍ଷରୁ ବାଲ୍ୟ ବିବାହ ପ୍ରଥା ଉଠିଥିଲେ ମଧ୍ୟ ଖୋଦ୍ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ବାହାଘର ସରିବା ପୂର୍ବରୁ ଅଟକାଇ ଦେଇଛି ପ୍ରଶାସନ। ଆଜି ଚନ୍ଦକା ଅଞ୍ଚଳରେ ଘଟିଛି ଏହି ଘଟଣା।

ବାଲ୍ୟ ବିବାହ ଚାଲିଥିବା ବେଳେ ଖବର ପାଇ ଚନ୍ଦକା ପୁଲିସ ଓ ଚାଇଲ୍ଡ ଲାଇନ୍ ପକ୍ଷରୁ ମିଳିତ ଚଢ଼ାଉ କରିଥିଲା। ଚାଇଲ୍ଡ ଲାଇନ୍ ଟିମ୍ ବାହାଘର ଅଟକାଇଥିଲା। ତଦନ୍ତରେ ଜଣାପଡ଼ିଥିଲା ଏହି ନାବାଳିକା ଜଣକ ହାଇସ୍କୁଲରେ ପଢୁଛନ୍ତି। ତାଙ୍କ ବୟସ ୧୬। ତାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ ବିବାହ କରାଇ ଦିଆଯାଉଥିଲା। ବିବାହ ଅଟକାଇବା ସହ ନାବାଳିକାକୁ ଉଦ୍ଧାର କରିଛନ୍ତି ଚାଇଲ୍ଡ ଲାଇନ୍ ସଦସ୍ୟ।

ପରେ ତାଙ୍କୁ ସିଡବ୍ଲୁସିରେ ହାଜର କରାଯାଇଥିଲା। ସେଠାରେ କାଉନସିଲିଂ ପରେ ତାଙ୍କୁ ଭିଜେଏସ୍‌ଏସ୍ ଓପନ ସେଲଟରରେ ରଖାଯାଇଛି। ଏଥିସହ ନାବାଳିକାଙ୍କ ବିବାହ କରାଉଥିବା ପରିବାର ଲୋକଙ୍କୁ ତାଗିଦ୍ କରାଯାଇଛି। ଏହା ଆଇନ ଅନୁଯାୟୀ ଦଣ୍ଡନୀୟ ବୋଲି ଚେତାଇ ଦେଇଥିଲେ। ଏଭଳି ଅପରାଧ ପାଇଁ ଜେଲ ଓ ଜରିମାନ ଦଣ୍ଡବିଧାନ ରହିଛି ।

Related Posts