ଆଜିଠୁ ଭୂପେନ୍ଦ୍ର ପଟେଲଙ୍କ ଦ୍ଵିତୀୟ ଇନିଂସ; ଗୁଜରାଟର ୧୮ ତମ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ଭୁବନେଶ୍ୱର,୧୨/୧୨ (ସତ୍ୟପାଠ ବ୍ୟୁରୋ): ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଭୂପେନ୍ଦ୍ର ପଟେଲ । ରାଜ୍ୟପାଳ ଆଚାର୍ଯ୍ୟ ଦେଭରାଟ ତାଙ୍କୁ ରାଜ୍ୟର ୧୮ ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଦେବେ । ଗାନ୍ଧୀନଗରରେ ନୂଆ ସଚିବାଳୟ ନିକଟସ୍ଥ ହ୍ୟାଲିପ୍ୟାଡ୍ ଗ୍ରାଉଣ୍ଡରେ ଏଥିପାଇଁ ଭବ୍ୟ ସମାରୋହର ଆୟୋଜନ ହୋଇଛି ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଏହା ଭୂପେନ୍ଦ୍ର ପଟେଲଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପିର ବହୁ ବରିଷ୍ଠ ନେତାଙ୍କ ସହ ଅନେକ ସାଧୁ ସନ୍ଥ ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ହେବାର ସୂଚନା ରହିଛି ।ଭୂପେନ୍ଦ୍ରଙ୍କ ସହିତ କିଛି ନୂଆ ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ନିକଟରେ ଗୁଜରାଟର ନିର୍ବାଚନ ସମ୍ପନ୍ନ ହୋଇଛି । ୧୮୨ ଆସନରୁ ବିଜେପି ୧୫୬ ସିଟରେ ଜିତ୍ ହାସଲ କରିଛି । ବିଜେପି ଗୁଜରାଟ ବିଧାନସଭା ନିର୍ବାଚନରେ ଲଗାତାର ୭ ଥର ବିଜୟ ହାସଲ କରିଛି । ଏଥର କଂଗ୍ରେସକୁ ୧୭ ଓ ଆପ୍ କୁ ୫ଟି ସିଟ୍ ମିଳିଛି । ତେବେ ନିର୍ବାଚନ ଫଳ ପ୍ରକାଶ ପାଇବା ପାରେ ଶୁକ୍ରବାର ଭୂପେନ୍ଦ୍ର ନିଜ ପଦରୁ ଇସ୍ତଫା ଦେଇଥିଲେ । ଏଜେପରେ ଶନିବାର ତାଙ୍କୁ ବିଧାୟକ ଦଳ ଭାବେ ଚୟନ କରାଯାଇଥିଲା ।

ତେବେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବିଜୟ ରୂପାଣୀ ଗତବର୍ଷ ନିଜ ପଦରୁ ଇସ୍ତଫା ଦେଇଥିଲେ, ଏହାପରେ ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ତେବେ ଆଜି ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଉଥିବାବେଳେ ତାଙ୍କ କ୍ୟାବିନେଟରେ କିଛି ନୂଆ ମୁହଁ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।

Related Posts