ଗୁଜୁରାଟ ବିଧାନସଭା ନିର୍ବାଚନରେ ଆପର ସମସ୍ତ ପ୍ରାର୍ଥୀଙ୍କର ଅମାନତ ଉଡିଯିବ: କଂଗ୍ରେସ ସାଂସଦ ଶକ୍ତି ସିଂ ଗୋହିଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ଫୋକସରେ ରଖିଛି ଆମ୍ ଆଦମୀ ପାର୍ଟି। ଏଥିପାଇଁ ଦଳର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟାନ୍ୟ ନେତା ମାନେ ଲଗାତାର ଗୁଜୁରାଟ ଗସ୍ତ କରୁଛନ୍ତି। ଏହି ଗସ୍ତ ସମୟରେ ରାଜ୍ୟରେ ସରକାରରେ ଥିବା ବିଜେପି ଉପରେ ଜୋରଦାର ଟାର୍ଗେଟ କରୁଛନ୍ତି। ଏହି ଟାର୍ଗେଟରୁ କଂଗ୍ରେସବି ବାଦ୍ ପଡ଼ିନି। କଂଗ୍ରେସକୁ ନେଇ ମଧ୍ୟ ଆପ ନେତା ମାନେ ଅନେକ ଟିକା ଟିପ୍ପଣୀ କରୁଛନ୍ତି। ଏହାରି ଭିତରେ ଆଜି ଆପକୁ କଂଗ୍ରେସ ଘେରିଛି। କଂଗ୍ରେସର ରାଜ୍ୟସଭା ସାଂସଦ ଶକ୍ତି ସିଂ ଗୋହିଲ କହିଛନ୍ତି ଯେ, ଭାରତ ଯୋଡ ଯାତ୍ରାର ସଫଳତା ମିଳିବାରେ ଲାଗିଛି। ଏନେଇ ଭାଜପା ସମେତ ଅନ୍ୟ ରାଜନୈତିକ ଦଳଙ୍କ ମଧ୍ୟରେ ଭୟ ବଢିବାରେ ଲାଗିଛି। ଗୁଜରାଟ ସହିତ ସମଗ୍ର ଦେଶରେ ଦଳର ନିର୍ବାଚନ ପ୍ରଚାର କ୍ରମାଗତ ଭାବରେ ଗାଁ, ବ୍ଲକ, ଜିଲା ତଥା ରାଜ୍ୟ ସ୍ତରରେ ଚାଲିଛି। ଆପର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ରାଜନୀତି ଗଣମାଧ୍ୟମରେ ମିଥ୍ୟା ପ୍ରଚାର ଆଧାରରେ ରହିଛି। ଯଦି ସେମାନଙ୍କର ମିଥ୍ୟା ପ୍ରଚାରକୁ ହଟାଇ ଦିଆଯାଏ, ତେବେ ସେମାନଙ୍କୁ ନିଜ ପାଖରେ ଜନସାଧାରଣଙ୍କୁ ଦେଖାଇବାକୁ କିଛି ନାହିଁ। ଗୁଜୁରାଟ ବିଧାନସଭା ନିର୍ବାଚନରେ ଆପର ସମସ୍ତ ପ୍ରାର୍ଥୀଙ୍କର ଅମାନତ ଉଡିଯିବ। ଲୋକେ ଆପର ମିଥ୍ୟା ପ୍ରତିଶ୍ରୁତି ଆଉ ଶୁଣିବାକୁ ଚାହୁଁ ନାହାନ୍ତି। ସେହିପରି ଭାଜପା ସରକାରଙ୍କୁ ଠିକଣା ଜବାବ ଦେବାକୁ ଭୋଟର ଅପେକ୍ଷା କରି ରହିଛନ୍ତି ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି।

ଆପର ରାଜନୀତି ମିଥ୍ୟା ଉପରେ ଚାଲିଛି। ସମଗ୍ର ଦେଶ ଦେଖିଛି ଯେ ସେମାନେ ପଞ୍ଜାବର କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ସକ୍ଷମ ନୁହଁନ୍ତି। ସରପ୍ଲସ ବଜେଟ ସହିତ ଦିଲ୍ଲୀରେ ମଧ୍ୟ ସେମାନେ ଶିକ୍ଷକମାନଙ୍କୁ ଦରମା ଦେଇପାରୁ ନାହାଁନ୍ତି। ଶିକ୍ଷା ବଜେଟର ଏକ ଚତୁର୍ଥାଂଶ ଶିକ୍ଷା ପାଇଁ ଖର୍ଚ୍ଚ କରିବାର ଦାବିର ବାସ୍ତବତା ହେଉଛି ଦିଲ୍ଲୀର ୮୦ ପ୍ରତିଶତରୁ ଅଧିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକୟ ଏବଂ ସହାୟକ ପ୍ରଧାନ ଶିକ୍ଷକ ନାହାଁନ୍ତି। ଆପ ସରକାର ଗୋଟିଏ ବି ବିଦ୍ୟାଳୟ ଅବା କଲେଜ ନିର୍ମାଣ କରିନାହାଁନ୍ତି। ଆପ ସରକାରଙ୍କର ଶିକ୍ଷା ମଡେଲ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ କହିଛନ୍ତି।

Related Posts