ଗୋବରରେ ନିର୍ମିତ ଏକ ବ୍ୟାଗ ଧରି ବଜେଟ ଉପସ୍ଥାପନ କରିବାକୁ ଛତିଶଗଡ଼ ବିଧାନସଭାରେ ପହଞ୍ଚିଲେ ଭୂପେଶ ବାଘେଲ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗୋବରରେ ନିର୍ମିତ ଏକ ବ୍ୟାଗରେ ବଜେଟ ଉପସ୍ଥାପନ କରି ଚର୍ଚ୍ଚାରେ ରହିଛନ୍ତି । ଏହି ବ୍ୟାଗରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟର ଡକ୍ୟୁମେଣ୍ଟ ରଖିଥିବାର ଦେଖିବାକୁ ମିଳିଛି । ସେପଟେ ଗାଈକୁ ଗୁରୁତ୍ୱ ଦେବା ସହ ସେ ଏକ ନିଆରା ପଦକ୍ଷେପ ନେଇ ଗୋବରରେ ତିଆରି ଏକ ବ୍ୟାଗରେ ବଜେଟ ଡକ୍ୟୁମେଣ୍ଟ ଆଣିଥିଲେ । ବଜେଟରେ, ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ପୁନରୁଦ୍ଧାର ସହିତ ମୁଖ୍ୟମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହା ସହ ବଜେଟରେ ରାଜୀବ ଗାନ୍ଧୀ ଭୂମୀହୀନ କୃଷି ଶ୍ରମିକ ନ୍ୟାୟ ଯୋଜନା ଅଧିନରେ ବାର୍ଷିକ ସହାୟତାକୁ ୬ ହାଜରୁ ଟଙ୍କାରୁ ୭ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ବାଘେଲ କହିଛନ୍ତି ଯେ, ଏହି ବଜେଟରେ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନାର ପୁନରୁଦ୍ଧାର ପାଇଁ ଘୋଷଣା କରୁଛନ୍ତି । ୨୦୨୨-୨୩ ବର୍ଷର ବଜେଟରେ, ଜାନୁଆରୀ ୧ ତାରିଖ ୨୦୦୪ ମସିହାରେ ଛତିଶଗଡ଼ରେ ନିଯୁକ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନସନ ସ୍କିମ ସ୍ଥାନରେ ପୁରୁଣା ପେନସନ ସ୍କିମ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଛି ।

ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଫେବୃଆରୀ ୨୩ରେ ଚତୁର୍ଥ ବଜେଟ ଉପସ୍ଥାପନ କରୁଥିବାବେଳେ ପୁରୁଣା ପେନସନ ସ୍କିମ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ । ପୂର୍ବରୁ କୃଷିକ ଅଧିକ ଲାଭପ୍ରଦ କରିବା, ବୁଲା ଗାଈଗୋରୁଙ୍କ ତତ୍ତ୍ବ ନେବା, ଜୈବ କୃଷିର ପ୍ରସାର ଏବଂ ଗ୍ରାମୀଣ ଅର୍ଥନୀତି ବିକାଶ ପାଇଁ ଭୂପେଶ ବାଘେଲ୍ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୨୦ରେ କଂଗ୍ରେସଶାସିତ ଛତିଶଗଡ଼ ସରକାର ଘୋଷଣା କରିଥିଲେ ଯେ, ଗାଈ ଚାଷୀ ଏବଂ କୃଷକମାନଙ୍କ ଠାରୁ ସରକାର ଗୋବର ଖରିଦ କରିବେ। ଏଭଳି ପଦକ୍ଷେପ ନେବାରେ ଛତିଶଗଡ଼ ହେଉଛି ଦେଶର ପ୍ରଥମ ରାଜ୍ୟ। ସେପଟେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ ସମନ୍ୱୟ ରକ୍ଷା କରି ରୋଜଗାର ସମ୍ଭାବନା ଉପରେ କାର୍ଯ୍ୟ କରିବାକୁ ଛତିଶଗଡ଼ ନିଯୁକ୍ତି ମିଶନକୁ ଦୁଇ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି । ଯେଉଁ ବ୍ୟାଗରେ ମୁଖ୍ୟମନ୍ତ୍ରୀ ବଜେଟ ଡକ୍ୟୁମେଣ୍ଟ ସହିତ ବିଧାନସଭାରେ ପହଞ୍ଚିଥିବାର ଦେଖିବାକୁ ମିଳିଛି ।

Related Posts