ପଦ୍ମ ଧରିଲେ ଅଭିନେତ୍ରୀ ବିଦୁସ୍ମିତା

ଧିରେ ଧିରେ ଚଳଚ୍ଚିତ୍ର ଅଭିନେତାମାନେ ନେତାମାନଙ୍କର ସ୍ଥାନ ଅକ୍ତିଆର କରିଲେଣି ।  ଓଡିଶା ରାଜନୀତିରେ ସିନେମା ଅଭିନେତା ଓ ଅଭିନେତ୍ରୀଙ୍କ ଚାହିଦା ବଢୁଛି । ପୂର୍ବରୁ ଚଳଚ୍ଚିତ୍ର ଜଗତର ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ପ୍ରଶାନ୍ତ ନନ୍ଦ, ମୁନ୍ନା ଖାଁ, ଅରିନ୍ଦମ ରାୟ, କୁନା ତ୍ରପାଠୀ, ଉତ୍ତମ ମହାନ୍ତି, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ମିହିର ଦାସ, ଅନୁ ଚୌଧୁରୀ, ମନ୍ମଥ ମିଶ୍ର, ଅପରାଜିତା ମହାନ୍ତି ଆଦି ରାଜନୀତିରେ ସକ୍ରିୟ ଅଛନ୍ତି ।ଏହି କ୍ରମରେ ଆଜି ବିଜେପିରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶୀର୍ଷ ନେତୃବୃନ୍ଦଙ୍କ ଗହଣରେ ବିଜେପିରେ ସାମିଲ ହେଲେ ବିଦୁସ୍ମିତା । ବିଦୁସ୍ମିତାଙ୍କ ପତି ଅନନ୍ତ ଦାସ ବଲାଙ୍ଗୀର ବିଧାନସଭାରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି ।

Related Posts