ଅଗ୍ନିବୀରଙ୍କ ପାଇଁ ଆରପିଜି ଏଣ୍ଟରପ୍ରାଇଜର ମୁଖ୍ୟ ହର୍ଷ ଗୋଏଙ୍କାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ର ନିଆଁ ଜଳୁଥିବା ବେଳେ ଏହାରି ମଧ୍ୟରେ ଅସନ୍ତୋଷ ଙ୍କୁ ମନାଇବାରେ ଲାଗିପଡିଛନ୍ତି କେନ୍ଦ୍ର ସରକାର । ମନାଇବା ନେଇ ଘୋଷଣାର ବର୍ଷା କରୁଛନ୍ତି।

ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କ ପରେ ଆରପିଜି ଏଣ୍ଟରପ୍ରାଇଜର ମୁଖ୍ୟ ହର୍ଷ ଗୋଏଙ୍କା ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଅଗ୍ନିବୀରଙ୍କୁ ନିଯୁକ୍ତି ଦେବା ପାଇଁ ହର୍ଷ ଗୋଏଙ୍କା ଘୋଷଣା କରିଛନ୍ତି ।

ସୋମବାର ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଅଗ୍ନିପଥ ଯୋଜନାକୁ ବିରୋଧ କରି କରାଯାଉଥିବା ହିଂସାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏହାସହ ତାଙ୍କ କମ୍ପାନି ପ୍ରଶିକ୍ଷିତ, ଦକ୍ଷ ଏବଂ ଯୁବ ଅଗ୍ନିବୀରଙ୍କୁ ନିଯୁକ୍ତି ଦେବ ବୋଲି ଘୋଷଣା କରିଥିଲେ।

ଏବେ ସମାନ ଭାବନା ସହ ଆରପିଜି ଗ୍ରୁପ ମୁଖ୍ୟ ହର୍ଷ ଗୋଏଙ୍କା ଟ୍ୱିଟ କରି କହିଛନ୍ତି, ‘ଆରପିଜି ଗ୍ରୁପ ଅଗ୍ନିବୀରଙ୍କୁ ସ୍ୱାଗତ କରି ନିଯୁକ୍ତି ପ୍ରଦାନ କରିବ’। ଏହାସହ ଅନ୍ୟ କର୍ପୋରେଟ ସଂସ୍ଥା ମଧ୍ୟ ଏଥିରେ ଯୋଡି ହୋଇ ଆମ ଯୁବକଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ପ୍ରତିଶ୍ରୁତି ଦେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର କିଛି ସ୍ଥାନରେ ହିଂସା ଦେଖା ଦେଇଥିଲା। ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ହରିୟାନା ଏବଂ ତେଲେଙ୍ଗାନାରେ ହିଂସାତ୍ମକ ପ୍ରଦର୍ଶନ ହୋଇଥିଲା। ଅନେକ ସ୍ଥାନରେ ଟ୍ରେନ ଜାଳିବା ସହ ଷ୍ଟେସନରେ ଭଙ୍ଗାରୁଜା କରିବା ଘଟଣା ସାମନାକୁ ଆସିଥିଲା।

Related Posts