ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଦିଲ୍ଲୀ ହାଇକୋର୍ଟରୁ ଆମ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି।ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାରଙ୍କ ବିରୋଧରେ ସୋସିଆଲ ମିଡିଆରେ କରାଯାଇଥିବା ଆପତ୍ତିଜନକ ପୋଷ୍ଟକୁ ତୁରନ୍ତ ହଟାଇବାକୁ ଆପ ନେତାଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୂଚନା ଅନୁଶାରେ, ଦିଲ୍ଲୀ ଅବକାରୀ ନୀତି ବିରୋଧରେ ଉପରାଜ୍ୟପାଳ ବିନୟ କୁମାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଧାରରେ ଆପ ନେତାଙ୍କ ବିରୋଧରେ ତନାଘନା ଆରମ୍ଭ କରିଥିଲା ସିବିଆଇ । ଏଥିରୁ ବାଦ ପଡିନଥିଲେ ଖୋଦ୍ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଏହାପରେ ଉତ୍ତ୍ୟକ୍ତ ଆପ୍ ନେତା ମାନେ ଉପରାଜ୍ୟପାଳ ବିନୟ କୁମାରଙ୍କ ବିରୋଧରେ ଏକାଧିକ ବିବାଦୀୟ ମନ୍ତବ୍ୟ ପୋଷ୍ଟ କରିଥିଲେ ।
ବିନୟ କୁମାର ଖଦୀ ଗ୍ରାମଦ୍ୟୋଗର ଚେୟାରମ୍ୟାନ ଥିବାବେଳେ ନିଜ ଝିଅକୁ ୮୦ କୋଟି ଟଙ୍କାର ଏକ ପୋଜେକ୍ଟର ଠିକା ଦେଇଥିଲେ । ଏହାସହ ନୋଟବନ୍ଦୀ ସମୟରେ ମଧ୍ୟ ବିନୟ କୁମାର କୋଟି କୋଟି ଟଙ୍କା ହେରଫେର କରିଥିବା କହି ଆପ ନେତାମାନେ ପୋଷ୍ଟ କରିଥିଲେ । ଏହାକୁ ନେଇ ବିନୟ କୁମାର ଏକ ମାନହାନୀ ମକଦ୍ଦମା ଦାଏର କରଇଥିଲେ । ତାଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ହୋଇଥିବା ଏସବୁ ପୋଷ୍ଟକୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ ବିନୟ କୁମର ଦିଲ୍ଲୀ ହାଇକୋର୍ଟଙ୍କୁ ଅପିଲ କରିଥିଲେ । ଏହାପରେ ହାଇକୋର୍ଟ ୫ଜଣ ବରିଷ୍ଠ ଆପ୍ ନେତାଙ୍କୁ କଡା ଚେତାବନୀ ଦେଇଥିବା ଜଣାପଡିଛି ।
