୭୫ ଜଣ ବିଦେଶୀଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌

ମସ୍କୋ : ୭୫ ଜଣ ବିଦେଶୀଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ । ଆମେରିକା ହ୍ବିସିଲ୍‌ବ୍ଲୋୟର ଏଡ୍‌ଓ୍ବାର୍ଡ ସ୍ନୋଡେନଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ କରିଛନ୍ତି। ୨୦୧୩ରେ ସ୍ନୋଡେନ୍‌ କେତେକ ଗୋପନ ଫାଇଲ୍‌ ପ୍ରଘଟ କରିବା ଫଳରେ ଆମେରିକାର ନ୍ୟାଶନାଲ ସିକ୍ୟୁରିଟି ଏଜେନ୍ସି (ଏନ୍‌ଏସ୍‌ଏ) ପକ୍ଷରୁ ବିଭିନ୍ନ ଦେଶରେ ଚାଲିଥିବା ଗୋପନ ସର୍ଭିଲେନ୍ସ ସମ୍ପର୍କରେ ଜଣାପଡ଼ିଥିଲା।

ଏହା ପରେ ୩୯ ବର୍ଷୀୟ ସ୍ନୋଡେନ୍‌ ଆମେରିକା ଛାଡ଼ି ରୁଷିଆରେ ଶରଣ ନେଇଥିଲେ। ଗୁପ୍ତଚରଗିରି ମାମଲାରେ ବିଚାରର ସମ୍ମୁଖୀନ ହେବା ଲାଗି ଆମେରିକା କର୍ତ୍ତୃପକ୍ଷ ତାଙ୍କୁ ନିଜ ଦେଶକୁ ଫେରାଇନେବାକୁ ଚାହୁଁଥିଲା ବେଳେ ପୁଟିନ୍‌ ତାଙ୍କୁ ନିଜ ଦେଶର ନାଗରିକତ୍ୱ ପ୍ରଦାନ କରିଛନ୍ତି।

Related Posts