ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଦ୍ରୋହୀ ସାଂସଦଙ୍କୁ ବଡ ଝଟକା। ୟୁସୁଫ ପଠାନଙ୍କୁ ମାସେ ଭିତରେ ସରକାରୀ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ୍। ଗୁଜୁରାଟ ହାଇକୋର୍ଟ କ୍ରିକେଟର ଟର୍ଣ୍ଣଡ୍ ପଲିଟିସିଆନ ୟୁସୁଫଙ୍କୁ ସରକାରୀ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜମିଟି ଭଦୋଦରା ମ୍ୟୁନିସିପାଲ କର୍ପୋରେସନରେ ରହିଛି । ମାସେ ଭିତରେ ଏହାକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ୟୁସୁଫ ଏଥିରେ ଖିଲାପ କରନ୍ତ ତାହାଲେ ଜରିମାନା ଦେବାକୁ ହେବ ବୋଲି ମଧ୍ୟ କୁହାଯାଇଛି ।ରିପୋର୍ଟ ଅନୁସାରେ, ଭଦୋଦରା ନଗର ନିମଗ ଅଧିନ ତାଣ୍ଡାଲଜା ଅଞ୍ଚଳରେ ୧୦୦୦ ସ୍କୋୟାର ୟାର୍ଡ୍ ର ଏକ ଜମି ରହିଛି । ଏହା ୟୁସୁଫ ପଠାନଙ୍କ ବାସଭବନ ପାଖରେ ଅବସ୍ଥିତ । ତେବେ ଏହି ଜାଗାକୁ ପଠାନ ଦଖଲ କରିପାରିବେ ବୋଲି ୨୦୧୪ରେ ନଗର ନିଗମ ପକ୍ଷରୁ ଅନୁମତି ଦିଆଯାଇଥିଲା । ପରେ କିନ୍ତୁ ରାଜ୍ୟ ସରକାର ନିଷ୍ପତ୍ତିର ପୁନଃବିଚାର କରିଥିଲେ ।

ଏହାସହ ନଗର ନିଗମର ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ । ଯାହାକୁ ୟୁସୁଫ ଗୁଜୁରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ।ତେବେ କୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଏହାସହ ୟୁସୁଫଙ୍କୁ ୪ ସପ୍ତାହର ସମୟ ଦେଇଛନ୍ତି । ଯଦି କୋର୍ଟଙ୍କ ନିୟମର ଅବମାନନା ହୁଏ ତାହାଲେ ଜରିମନା ଦେବାକୁ ହେବ ବୋଲି ମଧ୍ୟ କୋର୍ଟଙ୍କ ରାୟରେ ଉଲ୍ଲେଖ ରହିଛି । ଏହି ଜରମନା ପ୍ରତ୍ୟେକ ବିଳମ୍ବିତ ଦିନ ହିସାବରେ ଆଦାୟ କରାଯିବ ।