
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ପାଟନାରେ ଥିବା ଇସ୍କନ ମନ୍ଦିର ବିଷୟରେ ଏକ ବଡ଼ ଖୁଲାସା କରିବାକୁ ଯାଉଛନ୍ତି। ତେବେ ସେ କେବେ ଏବଂ କିପରି ପ୍ରକାଶ କରିବେ ସେ ସମ୍ପର୍କରେ କୌଣସି ସୂଚନା ଦେଇନାହାଁନ୍ତି। ତେଜ ପ୍ରତାପ ଯାଦବ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପାଟଣାର ଇସ୍କନ ମନ୍ଦିର ବିଷୟରେ ଲେଖିଛନ୍ତି, ପାଟନା ଇସ୍କନରେ ଏକ ବଡ ଖେଳ ଚାଲିଛି । ମୁଁ ଶୀଘ୍ର ପ୍ରକାଶ କରିବି । ସେପଟେ ତେଜ ପ୍ରତାପଙ୍କ ଏହି ଟୁଇଟ୍ ପରେ ଇସ୍କନ ମନ୍ଦିର ବିଷୟରେ ଆଲୋଚନା ତୀବ୍ର ହୋଇଛି।
ସମସ୍ତେ ଅପେକ୍ଷା କରିଛନ୍ତି ଯେ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ କଣ ଖୁଲାସା କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ତେଜ ପ୍ରତାପ ଯାଦବ ପାଟନାରେ ଥିବା ଇସ୍କନ ମନ୍ଦିର ପରିଚାଳନା ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଏହି ମନ୍ଦିରକୁ ଧ୍ୱଂସ କରାଯାଉଛି । ଏଠାରେ ମହିଳାମାନଙ୍କ ଶୋଷଣ କରାଯାଉଛି । ଖୁବ ଶୀଘ୍ର ଏହି ବିଷୟରେ ପ୍ରମାଣ ଉପସ୍ଥାପନ କରିବେ ବୋଲି ତେଜ ପ୍ରତାପ ଯାଦବ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।