ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ; ଅଗ୍ନିପଥ ଯୋଜନା ବିରୋଧରେ ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଅଗ୍ନିପଥ ଯୋଜନା ବିରୋଧରେ ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ । ତେବେ ସେନାରେ ନୂତନ ନିଯୁକ୍ତି ପ୍ରକ୍ରିୟା ‘ଅଗ୍ନିପଥ’ ଯୋଜନା ବିରୋଧରେ ସାରା ଦେଶରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ସମସ୍ତ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ।

ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଏସ ବୋପାନ୍ନା ଏହି ଶୁଣାଣି କରିଛନ୍ତି। ପାଟନାଠାରୁ କେରଳ ପର୍ଯ୍ୟନ୍ତ ଦେଶର ପାଞ୍ଚଟି ହାଇକୋର୍ଟରେ ଅଗ୍ନିପଥ ଯୋଜନା ବିରୋଧରେ ଆବେଦନ କରାଯାଇଛି। ସେପଟେ ଗତ ଜୁନ୍‌ ୧୪ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ନିପଥ ଯୋଜନା ଘୋଷଣା କରାଯାଇଥିଲା। ଏହି ଯୋଜନାକୁ ନେଇ ଦେଶର ଅନେକ ରାଜ୍ୟରେ ତୀବ୍ର ବିରୋଧ ଆରମ୍ଭ ହୋଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି ।

Related Posts