ଆସନ୍ତାକାଲି ଶ୍ରୀଜୀଉଙ୍କର ‘ବନକଲାଗି’ ନୀତି, ଅପରାହ୍ନ ୫ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ୍ ରହିବ ସାଧାରଣ ଦର୍ଶନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା କାଲି ଶ୍ରାବଣ କୃଷ୍ଣ ସପ୍ତମୀ ତିଥି । ଏହି ଶ୍ରାବଣ କୃଷ୍ଣ ସପ୍ତମୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ‘ବନକଲାଗି’ ବା ‘ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ ହେବ। ଏହି ନୀତି ଦ୍ବିତୀୟ ଭୋଗମଣ୍ଡପ ପରେ ଅନୁଷ୍ଠିତ ହେବାକୁ ନୀତି ନିର୍ଘଣ୍ଟ ହୋଇଛି। ଏହି ନୀତି ସମୟରେ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ୍ ରଖାଯାଇଛି। ବାନକଲଗି ନୀତି ପାଇଁ ଗତକାଲି ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବାନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts