ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ମେହରୋଲିରେ ନିଜର ଲାଇଭ୍-ଇନ୍-ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରିଥିବା ଅଭିଯୁକ୍ତ ଆଫତାବ ପୁନାୱାଲାକୁ ନେଇ ଆଉ ଏକ ବଡ଼ ଖୁଲାସା ହୋଇଛି। ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିବା ପୂର୍ବରୁ ମଧ୍ୟ ଆଫତବ ତାଙ୍କୁ ହତ୍ୟା କରି କାଟିବାର ଧମକ ଦେଇଥିଲା। ଏନେଇ ଶ୍ରଦ୍ଧା ୨୦୨୦ ରେ ଅଫତାବ ବିରୋଧରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ପୋଲିସ ନିକଟରେ ଦାଖଲ ହୋଇଥିବା ଏଫଆଇଆରରେ ଶ୍ରଦ୍ଧା ଅଭିଯୋଗ କରିଥିଲେ ଯେ, ଅଫତାବ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟିଦେବାକୁ ଧମକ ଦେଇଥିଲା।
୨୦୨୦ ରେ ଅଫତାବ ବିରୋଧରେ ଶ୍ରଦ୍ଧା ନାଲାସୋପାରାର ତୁଲିଞ୍ଜ ପୋଲିସ ଷ୍ଟେସନ୍ରେ ମାମଲା ରୁଜୁ କରିଥିଲେ। ଏହା ସହିତ କହିଥିଲେ ଯେ, ଅଫତାବ ତାଙ୍କୁ ମାରି ଖଣ୍ଡ ଖଣ୍ଡ କରି କାଟି ଫୋପାଡି ଦେବ ବୋଲି ଧମକ ଦେଉଛି। ଏହି ଅଭିଯୋଗ ପରେ ଶ୍ରଦ୍ଧା ମାରପିଟ୍ ଏବଂ ହତ୍ୟା ଧମକ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ। ଶ୍ରଦ୍ଧା ୨୦୨୦ ରେ ପୋଲିସ ନିକଟରେ ଏହି ଏଫଆଇଆର ରୁଜୁ କରିଥିଲେ। ଏଥିରେ ସେ ନିଜର ସମସ୍ତ ଦୁଃଖ ଜଣାଇଥିଲେ। ଏହା ସହିତ ଅଫତାବ ତାଙ୍କୁ ଲଗାତାର ୬ ମାସ ହେବ ମାଡ ମାରୁଛି ବୋଲି ଲେଖିଛନ୍ତି।
ସୂଚନାଯୋଗ୍ୟ ଯେ, ଅଫତାବ ଉପରେ ଶ୍ରଦ୍ଧାଙ୍କ ହତ୍ୟା ଅଭିଯୋଗ ରହିଛି। ଅଭିଯୋଗ ହୋଇଛି ଯେ ଆଫତାବ ୧୮ ମେ’ ରେ ଦିଲ୍ଲୀର ଏକ ଭଡା ଘରେ ଶ୍ରଦ୍ଧାଙ୍କ ଗଳା କାଟି ହତ୍ୟା କରିଥିଲା ଏବଂ ପରେ ତାଙ୍କ ଶରୀରକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା। ତେବେ ସେ ପ୍ରଥମେ ମୃତ ଦେହର ଖଣ୍ଡଗୁଡ଼ିକୁ ଫ୍ରିଜରେ ରଖିଥିଲା ଓ ପରେ ସୁଯୋଗ ଦେଖି ମେହରୋଲିର ଜଙ୍ଗଲରେ ଫୋପାଡିଥିଲା। ଯେତେବେଳେ ଶ୍ରଦ୍ଧାଙ୍କ ବାପା ତାଙ୍କର ନିଖୋଜ ରିପୋର୍ଟ ତା ପରେ ଅଫତାବକୁ ୧୨ ନଭେମ୍ବରରେ ପୋଲିସ ଗିରଫ କରିଥିଲା।
