ନୂଆଦିଲ୍ଲୀ : ପୁଣି ଆଜମ ଖାନଙ୍କୁ ବଡ଼ ଝଟକା। ଘୃଣା ଭାଷଣ ମାମଲାରେ ତାଙ୍କ ପାଇଁ ଅଡ଼ୁଆ ଆହୁରି ବଢି ଯାଇଛି । ଗତକାଲି ବା ଗୁରୁବାର ଏହି ମାମଲାରେ ତାଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଥିବା ବେଳେ ଶୁକ୍ରବାର ତାଙ୍କର ବିଧାୟକ ପଦ ରଦ୍ଧ ହୋଇଛି।

ବିଧାନସଭା ଅଧ୍ୟକ୍ଷ ସତୀଶ ମହାନା ଅଭିଯୋଗ କାରୀ ଆକାଶଦାସ ସକ୍ସେନାଙ୍କ ଅଭିଯୋଗକୁ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି।

ବିଧାନସଭା ସଦସ୍ୟତା ରଦ୍ଧ ହେବା ପରେ ଆକାଶ ସକ୍ସେନା କେନ୍ଦ୍ରୀୟ ନିର୍ବାଚନ ଅୟୋଗଙ୍କୁ ଆଜମଙ୍କ ସଦସ୍ୟତା ରଦ୍ଧ କରିବାକୁ ଅଭିଯୋଗ କରିଥିଲେ। ଆଜମଙ୍କ ସଦସ୍ୟ ପଦ ରଦ୍ଧ ହେବା ପରେ ବାଚଷ୍ପତି ସେହି ପଦ ଫାଙ୍କା ପଡ଼ିଛି ବୋଲି ନିର୍ବାଚନ ଆୟୋଗଙ୍କୁ ସୂଚନା ଜଣାଇଛନ୍ତି।