ବିରମଗାମ ଆସନରୁ ନିର୍ବାଚନ ଲଢି ପାରନ୍ତି କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ଛାଡି ବିଜେପିରେ ମିଶିଥିବା ହାର୍ଦ୍ଦିକ ପଟେଲ୍

ଅହମ୍ମଦାବାଦ: ୨୦୨୨ ନିର୍ବାଚନରେ ମଇଦାନକୁ ଓହ୍ଲାଇ ପାରନ୍ତି ହାର୍ଦ୍ଦିକ ପଟେଲ୍ । କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ଛାଡିବା ପରେ ବିଜେପିରେ ମିଶିଥିବା ହାର୍ଦ୍ଦିକ ପଟେଲ୍ ଗୁଜରାଟ ବିଧାନସଭା ନିର୍ବାଚନରେ ବିରମଗାମ ଆସନରୁ ନିର୍ବାଚନ ଲଢ଼ିବା ନେଇ ଜୋର୍ ଧରିଛି ଚର୍ଚ୍ଚା । ବିଜେପିରେ ସାମିଲ୍ ହେବା ପରେ ହାର୍ଦ୍ଦିକ ଲଗାତାର ବିରମଗାମରେ ସକ୍ରିୟ ଅଛନ୍ତି। ତେଣୁ ତାଙ୍କର ଏହି ନିର୍ବାଚନୀ ମଣ୍ଡଳୀରୁ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି। ନିକଟରେ ହାର୍ଦ୍ଦିକ ପଟେଲ୍‌ ଗୁଜରାଟ ଗସ୍ତରେ ଆସିଥିବା ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ ନିଜ ଜନ୍ମଦିନର ପରବର୍ତ୍ତୀ ଦିନ ଗୁଜରାଟ ଗସ୍ତରେ ପହଞ୍ଚିଥିଲେ ଏବଂ ଜୋନଓ୍ଵାରୀ ବୈଠକ କରିଥିଲେ। ବୈଠକ ପରେ ହାର୍ଦ୍ଦିକ ପଟେଲ୍ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଥିଲେ। ଏହା ପୂର୍ବରୁ ବିରମଗାମରେ ଗୁଜରାଟ ଗୌରବ ଯାତ୍ରାରେ ହାର୍ଦ୍ଦିକ ଯୋଗ ଦେଇଥିଲେ। ଏହି ଉପଲକ୍ଷେ କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ବି ଉପସ୍ଥିତ ଥିଲେ।

ହାର୍ଦ୍ଦିକ ପଟେଲ୍ ବିରମଗାମ ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ ମଇଦାନକୁ ଓହ୍ଲାଇ ପାରନ୍ତି। ବର୍ତ୍ତମାନ ଏହି ଆସନ କଂଗ୍ରେସ ହାତରେ ରହିଛି। କଂଗ୍ରେସ ନେତା ଲାଭାଖାଇ ଖରଓ୍ଵାଡ ୨୦୧୭ ବିଧାନସଭା ନିର୍ବାଚନରେ ୬୫୪୮ ଭୋଟ୍‌ରେ ବିଜୟୀ ହୋଇଥିଲେ। ୨୦୧୨ରେ ମଧ୍ୟ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୦୨ ଏବଂ ୨୦୦୭ରେ ଉକ୍ତ ଆସନ ବିଜେପି ହାତରେ ଥିଲା। ତେବେ ଅହମ୍ମଦାବାଦ ଜିଲ୍ଲା ଅନ୍ତର୍ଗତ ଏହି ଆସନରୁ ହାର୍ଦ୍ଦିକ ପଟେଲ୍ ନିର୍ବାଚନ ଲଢିବାର ସମ୍ଭାବନା ରହିଛି। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ବିରମଗାମ ଆସନରେ ସର୍ବଦା ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ପ୍ରତିଦ୍ଵନ୍ଦ୍ଵିତା ହୋଇ ଆସିଛି। ଯଦି ଏଥର ନିର୍ବାଚନରେ ହାର୍ଦ୍ଦିକ ପଟେଲ୍ ଉକ୍ତ ଆସନରୁ ପ୍ରାର୍ଥୀ ହୁଅନ୍ତି ତେବେ ମୁକାବିଲା ରୋମାଞ୍ଚକର ହୋଇପାରେ। କଂଗ୍ରେସ ହାର୍ଦ୍ଦିକଙ୍କୁ ଘେରିବା ପାଇଁ ବଡ ଚେହେରାଙ୍କୁ ମଇଦାନକୁ ଓହ୍ଲାଇପାରେ

Related Posts