ଏସପି ସାଂସଦ ଆଜମ ଖାନଙ୍କୁ ବଡ଼ ଝଟକା; ନିର୍ବାଚନ ପ୍ରଚାର କରିବା ଉଦ୍ଦେଶ୍ୟରେ କରାଯାଇଥିବା ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ରହିଛି । ଏନେଇ ରାଜନୈତିକ ଦଳମାନେ ମଧ୍ୟ ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି । ଏପରିକି ନିଜର ଶକ୍ତିପ୍ରଦର୍ଶନ କରିବା ପାଇଁ ରାଜନୈତିକ ଦଳମାନେ ଷ୍ଟାର ପ୍ରଚାରକଙ୍କ ତାଲିକା ମଧ୍ୟ ଘୋଷଣା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଏସପି ସାଂସଦ ଆଜମ ଖାନଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ୟୁପି ନିର୍ବାଚନରେ ପ୍ରଚାର ପାଇଁ ସେ କୋର୍ଟରୁ ଜାମିନ ମାଗିଥିଲେ। ତେବେ ସୁପ୍ରିମକୋର୍ଟ ଆଜାମ ଖାନଙ୍କୁ ତାଙ୍କ ଦାବି ଆହ୍ଲାବାଦ ହାଇକୋର୍ଟରେ ରଖିବାକୁ କହିଛନ୍ତି।

ଶୁଣାଣି ସମୟରେ ଆଜାମ ଖାନଙ୍କ ଓକିଲ କପିଲ ସିବଲ କହିଛନ୍ତି ଯେ ତାଙ୍କ ଆବେଦନ ହାଇକୋର୍ଟରେ କିଛି ମାସ ବିଚାରାଧୀନ ଅଛି। ଯାହା ଶୁଣାଯାଉ ନାହିଁ । ଏହା ପରେ କୋର୍ଟ ଏହି ମାମଲାର ଶୁଣାଣି ଶୀଘ୍ର ଶେଷ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ଶାସକ ଦଳକୁ ବିରୋଧୀ ସମାଜବାଦୀ ପାର୍ଟି ବାରମ୍ବାର ଟାର୍ଗେଟ କରିଆସୁଛି । ନିଜର ଯୋଜନାକୁ ବିଜେପି ସରକାର ତାଙ୍କ ନାମରେ ନାମିତ କରିଥିବାର ଅଭିଯୋଗ ମଧ୍ୟ କରିଆସୁଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ । ଏପରି ସ୍ଥିତିରେ ଆଜାମ ଖାନଙ୍କ ଜାମିନ ଆବେଦନ ଖାରଜ ହେବା ସମାଜବାଦୀ ପାର୍ଟିକୁ ଚିନ୍ତାରେ ପକାଇଛି ।

Related Posts