ଜାକିଆ ଜାଫ୍ରିଙ୍କୁ ବଡ଼ ଝଟକା; ପ୍ରଧାନମନ୍ତ୍ରୀଙ୍କୁ କ୍ଲିନ ଚିଟ ଦେବା ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାକିଆ ଜାଫ୍ରିଙ୍କୁ ବଡ଼ ଝଟକା । ତେବେ ; ପ୍ରଧାନମନ୍ତ୍ରୀଙ୍କୁ କ୍ଲିନ ଚିଟ ଦେବା ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ । ସେପଟେ ଏହି ରିପୋର୍ଟ ବିରୋଧରେ ପିଟିଶନ ଦାଖଲ କରିଥିବା ଜାକିଆ ଜାଫ୍ରିଙ୍କୁ ଶୀର୍ଷକୋର୍ଟଙ୍କ ପକ୍ଷରୁ ବଡ଼ ଝଟକା ଲାଗିଛି । କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ତେବେ ୨୦୦୨ ରେ ହୋଇଥିବା ଦଙ୍ଗାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯାଇଥିଲା । ଏସଆଇଟି ଏହାର ରିପୋର୍ଟରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୬୪ ଜଣ ଲୋକଙ୍କୁ କ୍ଲିନ ସିଟ ପ୍ରଦାନ କରିଥିଲେ ।

ଏହା ବିରୋଧରେ ଜାଗିଆ ଜାଫ୍ରି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ । ୨୮ ଫେବୃଆରୀ ୨୦୦୨ ରେ ଅହମଦାବାଦର ଗୁଲବର୍ଗ ସୋସାଇଟିରେ ହିଂସା ସମୟରେ ଜାକିଆଙ୍କ ସ୍ୱାମୀ ତଥା କଂଗ୍ରେସ ନେତା ଏହସାନ ଜାଫ୍ରିଙ୍କୁ ହତ୍ୟା କରାଯାଇଥିଲା । ଅନ୍ୟପଟେ ଜାକିଆ ଜାଫ୍ରିଙ୍କ ଆବେଦନ ଉପରେ ଶୁଣାଣି ଶେଷ କରିବା ପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ୯ ଡିସେମ୍ବର ୨୦୨୧ ରେ ଶୀର୍ଷ କୋର୍ଟ ଏହି ମାମଲଶର ଶୁଣାଣି ଶେଷ କରିଥିଲେ । ଆଉ ବର୍ତ୍ତମାନ ଜ୍ମୃିସ ଏମ ଖାନୱିଲକର, ଜ୍ମୃିସ ଦୀନେଶ ମହେଶ୍ୱରୀ ଏବଂ ଜ୍ମୃିସ ସିଟି ରବିକୁମାରଙ୍କ ବେଞ୍ଚ ଏହି ମାମଲାର ଶୁଣାଣି ଶେଷ କରିଛନ୍ତି ।

Related Posts