ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋଣାର୍କ ଅବକାରୀ ବିଭାଗକୁ ବଡ ସଫଳତା । କୋଣାର୍କ ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ଗୋଠ ଚୌକ ଛକ ଠାରେ ଚଢ଼ାଉକରି ୪୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ୨ ଜଣ ହେଲେ ଗୋପ ଥାନା ଅଧୀନ ବୟାଳିଶି ବାଟି ଗ୍ରାମର ତ୍ରିନାଥ ଭୋଇ (୩୨) ଓ ନାରାୟଣ ଭୋଇ (୪୪)।

କୋଣାର୍କ ଅବକାରୀ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ନିମାପଡା ଉପ କlରଗlରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୪,୫୦,୦୦୦/-ଟଙ୍କାରୁ ଊର୍ଦ୍ଧ୍ବ ହେବ। ଏହି ଚଢ଼ାଉରେ ଅବକାରୀ ଏସଆଇ ସ୍ୱୟଂପ୍ରଜ୍ଞା ଶୁଭଦର୍ଶିନୀ ନାୟକ, ଏସଆଇ ନାରାୟଣ ବେହେରା, ଏଏସଆଇ ଲୋକନାଥ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ନାୟକ, ଅବକାରୀ କର୍ମଚାରୀ ଆଶିଷ କୁମାର ପ୍ରଧାନ, ସେକ ୱାରିସ, ପ୍ରବୀନ ବିରାଜ କିରୋ ପ୍ରମୁଖ ସାମିଲ ଥିଲେ।