କରୋନା ରେ ବିହାର ଚିଫ୍ ସେକ୍ରେଟାରୀ ଙ୍କ ମୃତ୍ୟୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାମାରୀ କରୋନା ସଧାରଣ ଲୋକଙ୍କଠାରୁ ଉଚ୍ଚପଦସ୍ଥ କର୍ମଚାରୀ କାହାରିକୁ ବି ବାଦ୍ ଦେଉନି | ଅଦୃଶ୍ୟ ଭୂତାଣୁର କବଳରେ ଦୈନିକ ଅକାଳରେ ଝଡି ଯାଉଛି ଅନେକ ଜୀବନ | ବିହାର ସରକାରଙ୍କ ମୁଖ୍ୟ ସଚିବ ଥିବା ଅରୁଣ କୁମାର ସିଂଙ୍କର କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି । ସେ କରୋନା ସଂକ୍ରମିତ ହେବା ପରେ ପାଟନା ସ୍ଥିତ ପାରସ୍ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି | ତାଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ୱିଟର ଯୋଗେ ଗଭୀର ଶୋକ ପ୍ରକାଶ କରିଛନ୍ତି |

ସୂଚନାଯୋଗ୍ୟ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣର ଅଳ୍ପ ଦିନ ଅର୍ଥାତ ଫେବୃଆରୀ ୨୭ରେ ବିହାରର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଅରୁଣ ସିଂହଙ୍କ ଘର ବିହାରର ଚମ୍ପାରନ ଜିଲ୍ଲାରେ। ସେ ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଥଲେ | ଚଳିତ ବର୍ଷ ଅଗଷ୍ଟ ୩୧ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥାଆନ୍ତେ । ହେଲେ ସମୟର ଯଥେଷ୍ଟ ପୂର୍ବରୁ କ୍ରୁର କରୋନା ତାଙ୍କୁ ସବୁଦିନ ପାଇଁ ନେଇଯାଇଛି । ଅପରପକ୍ଷରେ ତାଙ୍କ ବିୟୋଗ ଖବର ପ୍ରଚାରିତ ହେବ ପରେ ବିହାର କ୍ୟାବିନେଟ ବୈଠକରେ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରାଯାଇଛି । ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Related Posts