କରୋନାରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ପରିବାରକୁ ଏକ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ଅରବିନ୍ଦ କେଜରିୱାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ସଙ୍କଟ ସମୟରେ ଯୋଦ୍ଧା ସାଜି ମହାମାରୀ ସହ ଲଢେଇ କରୁଥିବା ଡାକ୍ତରମାନଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି, କୋଭିଡ୍ ଚିକିତ୍ସା ସମୟରେ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଡାକ୍ତରଙ୍କ ପରିବାର ଲୋକଙ୍କୁ ଏକ କୋଟି ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ। ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଘୋଷଣା କରିଛନ୍ତି। ଦିଲ୍ଲୀର ଜିଟିବି ହସ୍ପିଟାଲରେ ଜୁନିୟର ଡକ୍ଟର ଅନାସ ମୁଜାହିଦ୍ ଙ୍କ କରୋନାରେ ଦେହାନ୍ତ ପରେ ତାଙ୍କ ପରିବାର ଲୋକଙ୍କୁ ଭେଟି କେଜ୍ରିୱାଲ ଏକ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଦିଲ୍ଲୀରେ ସଂକ୍ରମଣ କମୁଥିବା ସତ୍ତ୍ୱେ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି।

https://twitter.com/ArvindKejriwal/status/1396378388764442626?s=19

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁଦ୍ଧ ଏବେ ବାକି ଅଛି ଏବଂ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି।ଏପ୍ରିଲ ମାସରେ ଦିଲ୍ଲୀରେ ସଂକ୍ରମଣ ହାର ୩୬ ପ୍ରତିଶତ ଥିଲା, କିନ୍ତୁ ଗତ ୨୪ ଘଣ୍ଟାରେ ଏହି ହାର ୨.୫ ପ୍ରତିଶତ ତଳକୁ ଖସି ଆସିଛି । ଏହାର ଅର୍ଥାତ୍ ଦିଲ୍ଲୀରେ ସଂକ୍ରମଣ ହାର ବହୁତ କମିଛି । ଏପ୍ରିଲ୍ ମାସରେ ଏକ ସମୟରେ ୨୪ ଘଣ୍ଟାରେ ଦିଲ୍ଲୀରେ ୨୮ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଥିଲା । କିନ୍ତୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ମାତ୍ର ୧୬୦୦ ମାମଲା ଦେଖିବାକୁ ମିଳିଛି । ଅପରପକ୍ଷରେ ଦିଲ୍ଲୀରେ ଟିକା ଅଭାବ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ , “ଦିଲ୍ଲୀ ଏବଂ ଦେଶରେ ଟିକାର ଅଭାବ ରହିଛି। ଯଦି ଆମେ ପର୍ଯ୍ୟାପ୍ତ ଟିକା ପାଇବୁ , ତେବେ ଆମେ ତିନି ମାସ ମଧ୍ୟରେ ସମସ୍ତ ଦିଲ୍ଲୀବାସୀଙ୍କୁ ଟିକା ଦେବାକୁ ଯୋଜନା କରିଛୁ। ଦିଲ୍ଲୀରେ ଟିକା ଅଭାବରୁ 18-44 ବୟସ ଲୋକଙ୍କ ଟୀକାକରଣ ବନ୍ଦ କରାଯାଇଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀକୁ ପର୍ଯ୍ୟାପ୍ତ ଟିକା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ ।

Related Posts