ଲୁଚାଛପାରେ ଚାଲିଥିଲା ଆଇପିଏଲ୍ ବେଟିଂ: ୯ ଜଣଙ୍କୁ କାବୁ କଲା ପୋଲିସ

ବୀରମିତ୍ରପୁର: ଆଇପିଏଲ୍ ବେଟିଂ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସର ଏକ ଟିମ୍ ଅଚାନକ ଚଢ଼ାଉ କରିଛି । ବେଟିଂରେ ମାତିଥିବା ୯ ଜଣଙ୍କୁ କାବୁ କରିଛି ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଯମୁନାନାକୀ ଅଞ୍ଚଳରେ ଘଟିଛି ଏହି ଘଟଣା। ଗିରଫ ହୋଇଥିବା ସମସ୍ତ ଯୁବକ ହେଲେ ଛତିଶଗଡ ଦୁର୍ଗ ଜିଲ୍ଲାର I

ପୋଲିସ ସୂଚନା ମୁତାବକ, ଏଠାରେ କିଛି ଦିନ ହେଲା ଚାଲିଥିଲା ଆଇପିଏଲ୍ ବେଟିଂ। ଶନିବାର ରାତିରେ ବୀରମିତ୍ରପୁର ପୁଲିସ ଏବଂ କୁଆଁରମୁଣ୍ଡା ଫାଣ୍ଡି ପୁଲିସ ନିକଟରେ ଏହି ଖବର ପହଞ୍ଚିଥିଲା। ଖବରକୁ ଆଧାର କରି ମିଳିତ ଚଢ଼ାଉ ହୋଇଥିଲା। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ବୟସ୧୯ରୁ ୨୫ ବର୍ଷ ଭିତରେ। ସେମାନେ ହେଲେ ମଲେତ ସିଂ, ଭିସାଲ ରାୟ, ହିଂମାଶୁ ଦେବଗନ, ବିକାଶ ଠାକୁର, ମିନୁ ସିଂ, ଦିନେଶ କୁମାର ସାହୁ, ବିକ୍ରମଜିତ୍ ସିଂ, ଯୋଗେନ୍ଦ୍ର ସିଂ।

ସେମାନଙ୍କ ଠାରୁ ୧୮ ଟି ମୋବାଇଲ, ଗୋଟିଏ ଲେଖାଏଁ ଲ୍ୟାପଟପ୍ ଓ ଟ୍ୟାବଲେଟ ଜବତ କରାଯାଇଛି। ଏନେଇ ଏକ ମାମଲା ରୁଜୁ ହୋଇଛି। ବେଟିଂରେ ରାଜ୍ୟ ବାହାର ଲିଙ୍କ୍ ସୂଚନା ମିଳିଛି। ତେବେ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି କୋଉଠି କୋଉଠି ଆଉ ବ୍ୟାଟିଂ ଚାଲିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Related Posts