(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକସନ କମିସନରେ ନିଯୁକ୍ତି ଦୁର୍ନୀତି ମାମଲାରେ କ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସର ଜେରା ଜେରା କରିଥିଲା । ଏହି ଜେରାରେ ଅନେକ ତଥ୍ୟ ସାମ୍ନାକୁ ଆସିଥିବାର ସୂଚନା ମିଳିଛି । ଏପରିକି ନିଯୁକ୍ତି ପାଇଁ ଲାଞ୍ଚ ନେଉଥିବା କଥା ବିରଞ୍ଚି ସାହୁ ସ୍ୱୀକାର କରିଛନ୍ତି । ଏହି କାମରେ ସେ ଏକା ସମ୍ପୃକ୍ତ ନଥିବାର କଥା କହିଥିଲେ । ମିଳିଥିବା ସୂଚନା ଅନୁସାରେ ଜେରା ସମୟରେ ବିରଞ୍ଚି ଭିଜିଲାନ୍ସ ଅଧିକାରୀମାନଙ୍କୁ ପ୍ରଥମେ କିଛି ସ୍ପଷ୍ଟ ଭାବରେ କହୁନଥିଲେ, କିନ୍ତୁ ପରେ ସେ ଧୀରେ ଧୀରେ କହିବା ଆରମ୍ଭ କରିଥିଲେ।
କେଉଁମାନେ ଏ ଲାଞ୍ଚି ଟଙ୍କାରେ ଭାଗ ନିଅନ୍ତି ସେମାନଙ୍କର ନାଁ କହିଥିବା ଜଣାପଡିଛି । କିନ୍ତୁ ଭିଜିଲାନ୍ସ ଅଧିକାରୀମାନଙ୍କୁ ଏ ନେଇ ଗଣମାଧ୍ୟମକୁ କୌଣସି ତଥ୍ୟ ଦେବାକୁ ମନା କରାଯାଇଛି । କାରଣ ବିରଞ୍ଚି ଷ୍ଟାଫ ସିଲେକସନ କମିସନ କାର୍ଯ୍ୟାଳୟରେ ଯେତେ ପ୍ରକାର ଅନୈତିକ ଓ ଲାଞ୍ଚ ସମ୍ପର୍କିତ କାରବାର ହୁଏ ସେ ନେଇ ପୂରା ତଥ୍ୟ କହିଥିବା ଜଣାପଡ଼ିଛି । ଅପରିପକ୍ଷରେ ବିରଞ୍ଚି ୨୫ ବର୍ଷରୁ ଅଧିକ ସମୟ ଧରି ଷ୍ଟାଫ ସିଲେକସନ କମିସନ କାର୍ଯ୍ୟାଳୟରେ କାମ କରୁଛନ୍ତି । ତେଣୁ ନିଯୁକ୍ତିକୁ ନେଇ ଯେତେ ପ୍ରକାର ଦୁର୍ନୀତି ହୁଏ ସବୁଥିରେ ବିରଞ୍ଚି ଭାଗିଦାର ଥାନ୍ତି ଏବଂ ସବୁ ଲାଞ୍ଚ କାରବାରର ଏକ ପ୍ରକାର ମାଷ୍ଟରମାଇଣ୍ଡ ଭାବେ କାମକରନ୍ତି ।
