କେରଳରେ ବ୍ୟାପିଲା ବାର୍ଡ ଫ୍ଲୁ ଆତଙ୍କ

କେରଳରେ ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ ଆତଙ୍କ । ରାଜ୍ୟର ଅଲ୍ଲାପୁଝା ଜିଲ୍ଲାର କୁଟ୍ଟାନାଦ ଅଞ୍ଚଳରେ ବାର୍ଡ ପ୍ଲୁ କେସ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଆରଂଭହୋଇଯାଇଛି କୁକୁଡ଼ାମରାଅଭିଯାନ । ଫ୍ଲୁ ଚିହ୍ନଟ ହୋଇଥିବା ଆଖପାଖ ଅଞ୍ଚଳରେ କଟକଣା ଲାଗୁ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଥାକାଜୟ ପଞ୍ଚାୟତରେ ପ୍ରଥମେ ଶତାଧିକ ବତକ ରହସ୍ୟଜନକ ଭାବେ ପ୍ରାଣ ହରାଇଥିବା ଖବର ମିଳିଥିଲା। ଏହାପରେ ପ୍ରଶାସନ ପକ୍ଷରୁ କିଛି ନମୁନା ସଂଗ୍ରହ କରାଯାଇଥିଲା। ନମୁନା ଗୁଡ଼ିକର ପରୀକ୍ଷଣ ପାଇଁ ଭୋପାଲରେ ଥିବା ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା। ପରୀକ୍ଷା ବେଳେ ବତକ ଓ କୁକୁଡ଼ାମାନେ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

Related Posts