ବୀରମିତ୍ରପୁର ବିକାଶ ମଂଚ ପକ୍ଷରୁ ଆଜି ୧୨ ଘଂଟିଆ ବନ୍ଦ

ରାଉରକେଲା : ସୁନ୍ଦରଗଡ଼ ବୀରମିତ୍ରପୁର ବନ୍ଦ । ଆଜି ୧୨ଘଂଟିଆ ବନ୍ଦ ଡ଼।କରା ଦେଇଛି ବୀରମିତ୍ରପୁର ବିକାଶ ମଂଚ । ବୀରମିତ୍ରପୁର ପୁର୍ବରୁ ୩ କିଲୋମିଟର ଝାଡ଼ଖଣ୍ଡ ସୀମା ପର୍ଯ୍ୟନ୍ତ ଖାଲ ଖମାରେ ଭର୍ତ୍ତି ଜାତୀୟ ରାଜପଥ ପ୍ରତ୍ୟେକ ଦିନ ଘଟୁଛି ଦୁର୍ଘଟଣା ଯାଉଛି ଜୀବନ । ତଥାପି ନିରବଦଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ ସହ ଏନ.ଏଚ.ଏ.ଆଇ(ନେସନାଲ ହାଇଓ୍ୱେ ଅଥରଟି ଅଫ ଇଣ୍ଡିଆ ) ବାରମ୍ବାର ଦାବି ସତ୍ତ୍ୱେ ଫଳ ଶୁନ୍ ।

ଶେଷରେ ବାଧ୍ୟ ହୋଇ ବୀରମିତ୍ରପୁର ବିକାଶ ମଂଚ ପୁଣି ଦେଇଛି ବନ୍ଦ ଡ଼।କରା । ଗତ ଅକ୍ଟୋବର ୧୭ ତାରିଖରେ କେବଳ ଗାଡି ଚଳାଚଳ ୧୨ ଘଂଟିଆ ବନ୍ଦ ଡ଼।କରା ଦେଇଥିବା ବୀରମିତ୍ରପୁର ବିକାଶ ମଂଚ । ପରେ ଏନ.ଏଚ.ଏ.ଆଇ କର୍ତ୍ତୃପକ୍ଷ ୧୦ ଦିନ ଭିତରେ କାମ ସାରିବାକୁ ପ୍ରତିଶୃତି ଦେବା ପରେ ହଟିଥିଲା ଆନ୍ଦୋଳନ । ହେଲେ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶୃତି ପାଳନ ନହେବାର ଆଜି ପୁଣି ବୀରମିତ୍ରପୁର ବିକାଶ ମଂଚ ଦେଇଛି ୧୨ ଘଂଟିଆ ବନ୍ଦ୍ ଡ଼ାକରା ।

କେବଳ ଜରୁରୀ ସେବାକୁ ବାଦ ଦେଇ ଦୋକାନ ବଜାର ବନ୍ଦ, ସରକାରୀ ବେସରକାରୀ ଅନୁଷ୍ଠାନ ପ୍ରତିଷ୍ଠା ଶିକ୍ଷା ଅନୁଷ୍ଠାନ ବନ୍ଦ ସହ ଗାଢ଼ି ସଂପୂର୍ଣ୍ଣ ଚଳାଚଳ ଠପ୍ । ରାଉରକେଲାରୁ ଝାଡ଼ଖଣ୍ଡ ଭାୟା ବୀରମିତ୍ରପୁର ଚଳାଚଳ ଠପ୍ ହୋଇଛି । ରାସ୍ତା କଡରେ ଛିଡା ହୋଇ ରହିଛି ଶହ ଶହ ଟ୍ରକ୍ । ବିକାଶ ମଂଚର ଦାବି ଟେଣ୍ଡର ହୋଇଛି କି କାହିଁକି ହେଉନାହିଁ ଜାତୀୟ ରାଜପଥ ତିଆରି ହେଉନାହିଁ । ଯଦି ଏହି ବନ୍ଦ ଡ଼।କରାକୁ ଭୁକ୍ଷେପ ନକରି ଅଗାମୀ ଦିନରେ ଅନିଦ୍ଧିଷ୍ଟ କାଳ ପାଇଁ ରାସ୍ତା କରାଯିବ ଅବରୋଧ କରାଯିବ ବୋଲି କଡା ଚେତାବନୀ ଦେଇଛି ବୀରମିତ୍ରପୁର ବିକାଶ ମଂଚ ।

Related Posts