କୋଶଳ ରାଜ୍ୟ ଦାବିରେ ଆଜି ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

ସମ୍ବଲପୁର : ଆଜି ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ । କୋଶଳ ରାଜ୍ୟ ଦାବିରେ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ରହିଛି । କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ହେଲେ ସମ୍ବଲପୁରରେ ଏହାକୁ ମିଳୁନି ସମର୍ଥନ । କୋଶଳ ରାଜ୍ୟ ଦାବି ଆନ୍ଦୋଳନକୁ ଯିବା ପୂର୍ବରୁ ୫ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ ।

ସେପଟେ ରେଳ ଷ୍ଟେସନରେ କୋଶଳ ରାଜ୍ୟ ଦାବିକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ। ପୋଷ୍ଟର ମାଧ୍ୟମରେ ସବୁ ଖୋଲା ରହିବ ବୋଲି ଘୋଷଣା କରିଛନ୍ତି ସମ୍ବଲପୁରର ବିଭିନ୍ନ ମୁଖିଆ ସଂଗଠନ । ଫଳରେ ସମ୍ବଲପୁରରେ କୋଶଳ ଆନ୍ଦୋଳନର ପ୍ରଭାବ ଶୂନ କହିଲେ ଚଳେ । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଜାରି ରହିଛି ।

Related Posts