ମୟୂରଭଞ୍ଜରେ ବାଜି ମାରିଛି ବିଜେଡି; ୫୨ଟି ଜିଲ୍ଲା ପରିଷଦ ଆସନରୁ ୪୯ଟିରେ ବିଜେଡି ବାଜି ମାରିଛି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିିୟା ଚାଲିଛି । ଗତକାଲି ମୟୂରଭଞ୍ଜ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ପାଇଁ ଭୋଟଗଣତି ୨୬ଟି ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ସବୁ ୨୪ଟି ଜୋନରେ ଜିତିଥିବା ବେଳେ ବିଜେପି କି କଂଗ୍ରେସ କୌଣସି ଆସନ ଜିତି ନ ଥିବା ଜଣାଯାଇଛି। କିନ୍ତୁ ଜେଏମ୍ଏମ୍ ୨ଟି ଆସନରେ ବିଜୟୀ ହୋଇଛି।

ଏହା ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ଗତଥର ମୟୂରଭଞ୍ଜ ଜିଲ୍ଲାର ୫୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୪୮ଟିରେ ବିଜେପି ଜିତିଥିଲା । କିନ୍ତୁ ଏଥର ଏହାର ବିପରୀତ ହୋଇଛି । ବିଜେପି ଗଡ଼ କୁହାଯାଉଥିବା ମୟୂରଭଞ୍ଜରେ ବିଜେଡି ବାଜି ମାରିଛି । ତେବେ ୫୨ଟି ଜିଲ୍ଲା ପରିଷଦ ଆସନରୁ ୪୯ଟିରେ ବିଜେଡି ବାଜି ମାରିଛି ।

Related Posts