ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା, ଜାଣନ୍ତୁ କେଉଁ ଜାଗାରୁ କିଏ ଲଢିବେ ?

ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ

୨୦୧୯ ସାଧାରଣ ନିର୍ବାଚନ ପାଇଂ ବିଜେଡି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆଜି ଘୋଷଣା କରିଛି । ନବୀନ ନିବାସରେ ବିଜେଡିର ପ୍ରଥମ ପର‌୍ୟ୍ୟାୟ ତାଲିକା ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ।

ରାଜ୍ୟର ପ୍ରଥମ ଓ ଦ୍ୱିତୀୟ ପର‌୍ୟ୍ୟାୟରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଥିବା ୫୪ଟି ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହା ହେଉଛି ବିଜେଡିର ପ୍ରଥମ ଟିକେଟ ଘୋଷଣା । ଆଉ ଏହାସହ ୨୦୧୯ ମହାସମର ପାଇଁ ସେନା ପ୍ରସ୍ତୁତ କରିଛନ୍ତି ଦଳପତି । ।
ଏହି ତାଲିକାରେ ପୂର୍ବତନ ସାସଂଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାମ ନଥିବାବେଳେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ଚନ୍ଦ୍ରଶେଖରଙ୍କ ନାମ ରହିଛି ।

ଟିକେଟ୍ ପାଇଥିବା ପ୍ରାର୍ଥୀମାନେ ହେଲେ – କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ନବରଙ୍କପୁରରୁ ରମେଶ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, ବରଗଡରୁ ପ୍ରସନ୍ନ ଆଚାର‌୍ୟ୍ୟ, କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି ବିଜେଡି ।

Related Posts