ଢ଼େଙ୍କାନାଳ ଜିଲ୍ଲାର ୮ ଜିଲ୍ଲା ପରିଷଦ ଆସନରୁ ୭ଟିରେ ବାଜି ମାରିଛି ବିଜେଡି; ଗୋଟିଏରେ ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆରମ୍ଭରୁ ହିଁ ବିଜେଡି ବିରୋଧୀଙ୍କୁ ମାତ ଦେଇଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ୮ଟା ଜିଲ୍ଲା ପରିଷଦ ଆସନର ଭୋଟ୍ ଗଣତି ପରେ ଫଳାଫଳ ସାମ୍ନାକୁ ଆସିଛି। ତେବେ ଢ଼େଙ୍କାନାଳ ଜିଲ୍ଲାର ୮ ଜିଲ୍ଲା ପରିଷଦ ଆସନରୁ ୭ଟିରେ ବାଜି ମାରିଛି ବିଜେଡି । ଜିଲ୍ଲାର ଏକମାତ୍ର ଭୁବନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି।

ସେପଟେ ଓଡ଼ପଡ଼ାରୁ ବିଜେଡି ପ୍ରାର୍ଥୀ ପ୍ରତିମା ନାଏକ ୭୧୩୪ ଭୋଟରେ ବିଜୟ ଲାଭ କରିଥିବାବେଳେ କଙ୍କଡ଼ାହାଡ଼ରୁ ନବକିଶୋର ସାହୁ ୭୦୧ ଭୋଟରେ, କାମାକ୍ଷାନଗର ଦୀପ୍ତିମୟୀ ବିଶ୍ୱାଳ ୨୩୯୦ ଭୋଟରେ, ଗଁନ୍ଦିଆରୁ ବିଶ୍ୱନାଥ ଚିନ୍ନାରା ୮୧୨୧ଭୋଟରେ ସେହିପରି ଢ଼େଙ୍କାନାଳ ସଦରରୁ ପୂର୍ଣ୍ଣିମା ଦେହୁରୀ, ପଜରଙ୍ଗରୁ ରୁନୁ ବର୍ମା, ହିନ୍ଦୋଳରୁ ମମାଲି ଦାଶ ଏବଂ ଭୁବନରୁ ବିଜେପିରୁ ସିଲରାଣୀ ସାହୁ ବିଜୟ ଲାଭ କରିଛନ୍ତି ।

Related Posts