୩୧୫ ମଧ୍ୟରୁ ୨୫୬ ଜିଲ୍ଲା ପରିଷଦ ଫଳାଫଳ ଘୋଷିତ; ସେପଟେ ୨୩୦ ଆସନରେ ବାଜି ମାରିଛି ବିଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ଏହା ମଧ୍ୟରେ ଗତକାଲି ଗଣତି ହୋଇଥିବା ୩୧୫ ମଧ୍ୟରୁ ୨୫୬ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ଏଥିମଧ୍ୟରୁ ୨୩୦ରେ ବିଜେଡି, ୧୦ଟିରେ ବିଜେପି ଓ କଂଗ୍ରେସ ୧୨ଟି ଜୋନରେ ବିଜୟୀ ହୋଇଛି। ୨୦୧୭ ତୁଳନାରେ ବେଶ୍ ଭଲ ପ୍ରଥମ ଦିନ ଜିଲ୍ଲା ପରିଷଦର ଗଣତିରେ ବିଜେଡି ଯଥେଷ୍ଟ ଭଲ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ସେପଟେ ବିଜେଡି ୨୮୧ଟି ଜୋନରେ ଆଗୁଆ ଥିବା ବେଳେ ବିଜେପି ୧୫ଟି ଓ କଂଗ୍ରେସ ୧୪ଟି ଜୋନରେ ଆଗରେ ରହିଥିଲା। ବିଜେଡି ୮୯ ପ୍ରତିଶତ, ବିଜେପି ୫% ଓ କଂଗ୍ରେସ ୪% ଆସନରେ ଅଗ୍ରଣୀ ରହିଥିଲା।

ଅପରପକ୍ଷରେ ୨ ଜଣ ସ୍ବାଧୀନ ପ୍ରାର୍ଥୀ ୨ଟି ଜିଲ୍ଲା ପରିଷଦ ଜୋନରେ ଏବଂ ଅନ୍ୟ ଦଳର ପ୍ରାର୍ଥୀମାନେ ୩ ଜଣ ଜିଲ୍ଲା ପରିଷଦ ଜୋନରେ ଆଗୁଆ ଥିଲା। ଅନ୍ୟପଟେ ବିଜେଡି ଏଥର ବିରୋଧୀଙ୍କୁ ମାତ ଦେଇ ଆଗକୁ ବଢ଼ିବାରେ ଲାଗିଛି । ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳ ଶାସକ ବିଜେଡିକୁ କଡ଼ାଟକ୍କର ଦେବେ ବୋଲି ଆଶା ରଖିଥିଲେ । ହେଲେ ଭୋଟ ଗଣତି ଆରମ୍ଭ ହେବା ପରେ ବିଜେଡି ଅବିଶ୍ୱସନୀୟ ଫଳାଫଳ ସାମ୍ନାକୁ ଆସିଥିଲା । ସେପଟେ ବିଜେଡି ବର୍ତ୍ତମାନ ଆଗରେ ଥିବାବେଳେ ବିଜେପି ଦ୍ୱିତୀୟ ଏବଂ କଂଗ୍ରେସ ତୃତୀୟରେ ରହିଛି ।

Related Posts