ଓଡ଼ିଶାରେ CAA ଲାଗୁ କରିବାପାଇଁ ଦାବି କଲେ ବିଜେଡି ବିଧାୟକ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଓଡ଼ିଶାରେ CAA ଆଇନ ଲାଗୁ କରିବା ପାଇଁ ଜୟଦେବ ବିଧାୟକ ଅରବିନ୍ଦ ଢାଲି ଦାବି କରିଛନ୍ତି । ଅନ୍ୟପଟେ ଦେଶର ୫ଟି ରାଜ୍ୟରେ କେନ୍ଦ୍ରସରକାର ଏହି ଆଇନ ଲାଗୁ କରିଛନ୍ତି । ତେବେ ଓଡିଶାରେ ମଧ୍ୟ ଅନେକ ଶରଣାର୍ଥୀ ବସବାସ କରୁଛନ୍ତି । ତେଣୁ ଓଡ଼ିଶାରେ ଏହି ଆଇନଟି ଲାଗୁ କରିବା ଅତ୍ୟନ୍ତ ଜରୁରୀ ଅଟେ ବୋଲି ଅରବିନ୍ଦ ଢାଲି କହିଛନ୍ତି । ଓଡ଼ିଶାର ସବୁଠାରୁ ଅଧିକ ଶରଣାର୍ଥୀ ରହୁଥିବା ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ସମ୍ବଲପୁରରେ, ବାଲେଶ୍ଵର, ଭଦ୍ରକ ଏବଂ ବଲାଙ୍ଗିର । ପାଖାପାଖି ଏହି ରାଜ୍ୟ ମାନଙ୍କରେ ୧୦ ଲକ୍ଷରୁ ଉର୍ଦ୍ଧ ଶରଣାର୍ଥୀ ରହୁଥିବାର କଥା ବିଧାୟକ କହିଛନ୍ତି । ଅପରିପକ୍ଷେ ଏହି ନିୟମ ଓଡ଼ିଶାରେ କାର୍ଯ୍ୟକାରୀ ନ ହେବା ଫଳରେ ଅନେକ ଶରଣାର୍ଥୀ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି । କେବଳ ଏତିକି ନୁହେଁ ବରଂ ସେମାନେ ତାଙ୍କର ପାସପୋର୍ଟ ମଧ୍ୟ ତିଆରି କରିପାରୁ ନାହାଁନ୍ତି । ଅନ୍ୟପଟେ ଦେଶରେ ୫ ଟି ରାଜ୍ୟ ଯଥାକ୍ରମେ ପଞ୍ଜାବ, ଗୁଜରାଟ, ଛତିଶଗଡ଼, ରାଜସ୍ଥାନ, ହରିୟଣା ପ୍ରଭୃତି ରାଜ୍ୟ ମାନଙ୍କରେ ଏହି ନିୟମ ଲାଗୁ ହୋଇଛି । କେବଳ ଗୁଜରାଟ ରାଜ୍ୟରେ ହିଁ ମୋଟ ୧୩ଟି ଜିଲ୍ଲାରେ ଏହି ନିୟମ ଲାଗୁ ହୋଇଥିବାର ସୂଚନା ମିଳିଛି ।
ତେବେ ଦେଶର ଅନ୍ୟ ରାଜ୍ୟ ମାନଙ୍କ ଭଳି ଓଡ଼ିଶାରେ ମଧ୍ୟ ଏହାକୁ ଖୁବଶୀଘ୍ର ଲାଗୁ କରାଯାଉ ବୋଲି ବିଧାୟକ ଅରବିନ୍ଦ ଢାଲି ଦାବି କରିଛନ୍ତି ।

Related Posts