ବିଜେଡ଼ି ର ପ୍ରଭାରୀ ଚିଠା ରେ ରହିଛି ଖସିଲା କିଏ, ଉଠିଲା କିଏ ?

ସତ୍ୟପାଠ (ବ୍ୟୁରୋ), ଭୁବନେଶ୍ବର : କୋଭିଡ ପାଇଁ କିଛିଦିନ ଚୁପ ରହିବା ପରେ ପୁଣି ଖୋଲିଛି ବିଜୁ ଜନତା ଦଳର ଲୁଡୁପାଲି। ୨୬ ତାରିଖ ଶନିବାର ଦିନ ଦଳ ପକ୍ଷରୁ ୩୦ ଟି ଜିଲ୍ଲାପାଇଁ ନୂଆ ପର୍ଜୟବେକ୍ଷକଙ୍କ ତାଲିକା ପ୍ରକାଶ କରାଯାଇଛି। ନୂଆ ତାଲିକା ଜାରି ପରେ ଦଳ ଭିତରେ ଆରମ୍ଭ ହେଇଯାଇଛି ଟୁପୁର ଟାପର । ଜୋର କା ଝଟକା ଧୀରେ ସେ ଲାଗିଲା ଭଳି ଦଳର କିଛି ଷ୍ଟଲବାର୍ଟ ନେତାଙ୍କୁ ନବୀନ ବାବୁ ଆସ୍ତେ କରି ସାଇଡ ମାରିଛନ୍ତି।
ବିଜେଡ଼ି ଲୁଡୁପାଲିର ସାପ ସିଡି ଖେଳରେ କେତେଜଣ ନେତା ଅପ୍ରତ୍ୟାଶିତ ଭାବେ ସିଡି ଚଢିଛନ୍ତି ତ ଆଉ କିଛି ନେତା ସାପ ମୁହଁରେ ପଡିଛନ୍ତି। ଏହି ପ୍ରଭାରୀ ତାଲିକାକୁ ନେଇ ଯେଉଁ ପ୍ରମୁଖ ଦୁଇ ନେତା ଏବେ ସାପ ସିଡି ଚର୍ଚା ର ଶିରୋନାମା ରେ ଅଛନ୍ତି ସେମାନେ ହେଲେ ବିଧାୟକ ଅତନୁ ସବ୍ୟସାଚୀ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ତାଲିକା ପ୍ରକାଶ ପରେ ଅତନୁଙ୍କୁ ଦୁଇ ଦୁଇଟା ଜିଲ୍ଲା ର ପ୍ରଭାରି ଭାବେ ମିଳିଛି ଦାୟିତ୍ବ । ୨୦୧୯ ନିର୍ବାଚନ ପରଠୁ ଅତନୁଙ୍କୁ ହାଇ କମାଣ୍ଡ ପୁରା ସାଇଡ ମାରିଦେଇଥିଲେ । ଏକଥା ଦଳ ଓ ଦଳ ବାହାରେ ସମସ୍ତଙ୍କୁ ଜଣା ଯେ ଅତନୁ କିଭଳି ବର୍ଷାଧିକ କାଳ ଦଳରେ କୋଣ ଠେସା କରି ରଖାଯାଇଥିଲା । ୨୬ ତାରିଖ ପ୍ରଭାରୀ ତାଲିକା ଅନେକଙ୍କୁ ଆଶ୍ଚର୍ଯ କରିଛି ଅତନୁଙ୍କ ବ୍ୟାକ ଫ୍ଲିପ । ଗତ ଚିଠା ରେ ଗୋଟିଏ ବି ଜିଲ୍ଲାର ଦାୟିତ୍ବ ମିଳି ନ ଥିବାବେଳେ ଏଥର ଅତନୁଙ୍କୁ ହାଇକମାଣ୍ଡ ଦିଲ ଖୋଲିକି ସାବାସି ଦେଇଛନ୍ତି। ଗଜପତି ଓ ରାୟଗଡା ଜିଲ୍ଲାର ପ୍ରଭାରୀ ଭାବେ ଦାୟିତ୍ବ ମିଳିଛି। ସମର୍ଥକଙ୍କ କହିବା କଥା ଯେ ସାପଶିଡି ଖେଳରେ ଏଥର ଅତନୁଙ୍କୁ ମିଲିଯାଇଛି ସିଡି । ତାହାନହେଲେ ଗତଥର ଶୂନ ଋ ଏଥର ଡବଲ ଧମାକା ।
ଗୁରୁତ୍ବପୁର୍ଣ କଥା ହେଲା ଦଳରେ ଅତନୁଙ୍କୁ jackpot ମିଳିବା କଥା ଯେତେ ଚରଚାରେ ନାହି ତା ଠାରୁ ଅଧିକ ଚରଚାରେ ଅଛି ହେଭି ୱେଟ ନେତା ସଞ୍ଜୟ ଦାସବର୍ମାଙ୍କୁ ଯେଭଳି ଅଚାନକ ସାଇଡ ମାରିଛନ୍ତି ହାଇକମାଣ୍ଡ। ଗତ ଥର ନବରଙ୍ଗପୁର ଓ ରାୟଗଡା ଭଳି ଦୁଇ ଦୁଇଟା ଜିଲା ର ପ୍ରଭାରୀ ଥିବା ସଞ୍ଜୟଙ୍କୁ ପୂରା ତାଲିକା ଋ ଆଉଟ କରିଛନ୍ତି ନବୀନ ବାବୁ। ବିଜେଡ଼ି ର ଏହି ସାପ ସିଡି ଖେଳରେ ସଞ୍ଜୟଙ୍କୁ ସାପ ଖାଇବା ଭଳି ସ୍ଥିତି ହେଇଛି। ଯେଉଁ ରାୟଗଡା ଦାୟିତ୍ବ ଗତଥର ସଞ୍ଜୟଙ୍କୁ ମିଳିଥିଲା ଏଥର ତାଂକଠୁ ହଟେଇ ଅଟନଙ୍କୁ ଦେଇଛନ୍ତି ହାଇକମାଣ୍ଡ ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ସ୍ତରରେ ୩୦ ଜିଲ୍ଲା ପାଇଁ ଦଳ ଯେଉଁ ନୂଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି, ସେଥିରେ ଯୁବ ନେତାଙ୍କୁ ଜିଲ୍ଲାୱାରୀ ଦାୟିତ୍ୱ ଦିଆଯାଇଛି । କିନ୍ତୁ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ୬ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଅନୁଗୁଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର- ପ୍ରତାପ କେଶରୀ ଦେବ, ବରଗଡ଼ – ସୁଧିର କୁମାର ସାମଲ, ଭଦ୍ରକ- ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର- ସୁଶାନ୍ତ ସିଂହ, ବୌଦ୍ଧ-ସୌଭାଗ୍ୟ ନାୟକ, କଟକ-ଉଷା ଦେବୀ, ଦେବଗଡ଼ ସୁଶାନ୍ତ ସିଂହ, ଢେଙ୍କାନାଳ-ବିଜୟ ନାୟକ, ଗଜପତି ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ-ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର-ସମୀର ରଞ୍ଜନ ଦାସ, ଯାଜପୁର-ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ସୁବାସ ସିଂହ, କଳାହାଣ୍ଡି ନବ କିଶୋର ଦାସ, କନ୍ଧମାଳ-ପ୍ରତାପ ଜେନା, କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ, କେନ୍ଦୁଝର-ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା-ପ୍ରମିଳା ମଲ୍ଳିକ, କୋରାପୁଟ-ଚନ୍ଦ୍ର ସାରଥି ବେହେରା, ମୟୂରଭଞ୍ଜ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର-ତୁଷାରକାନ୍ତି ବେହେରା, ନୟାଗଡ଼-ପଦ୍ମନାଭ ବେହେରା, ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର, ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାୟଗଡ଼ା-ଅତନୁ ସବ୍ୟସାଚୀ ନାୟକ, ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ, ସୁବର୍ଣ୍ଣପୁର-ପ୍ରଦୀପ କୁମାର ଅମାତ, ସୁନ୍ଦରଗଡ଼ ପାଇଁ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।
ନୂଆ ପ୍ରଭାରୀ ଚିଠା କୁ ନେଇ ଅତନୁଙ୍କ ବହୁ ସମର୍ଥକ ଓ ବିରୋଧୀଙ୍କର ପ୍ରତିକ୍ରିୟା ହେଲା , ଯେ ଫୁଲ୍ ସାଇଡ ହେଇଯାଇଥିବା ବାବୁଙ୍କୁ ସିଡି ମିଳିଲା କେମିତି ?
ସଞ୍ଜୟଙ୍କୁ ନେଇ ବି ସମାନ ପ୍ରତିକ୍ରିୟା ସଞ୍ଜୟଙ୍କ ଭଳି ନେତାଙ୍କୁ ସାପ ଗିଲିଲା କିଭଳି ?

Related Posts