ଓବିସି ଆରକ୍ଷଣ ଲାଗୁ କରି ନପାରିଲେ ରାଜନୀତିରୁ ସନ୍ନ୍ୟାସ ନେବି : ଦେବେନ୍ଦ୍ର ଫଡ଼ନଭିସ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ରରେ ଆଗକୁ ପୌର ନିର୍ବାଚନ ଥିବା ବେଳେ ଓବିସି ସଂରକ୍ଷଣକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଓବିସି ସଂରକ୍ଷଣକୁ ମୁଦ୍ଦା କରି ବିଜେପି ନିର୍ବାଚନକୁ ଓହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଶନିବାର ମହାରାଷ୍ଟ୍ର ବିଜେପି ପକ୍ଷରୁ ସାରା ରାଜ୍ୟରେ ଚକ୍କା ଜାମ୍‌ କରାଯାଇଥିଲା। ଏହି ଅବସରରେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ୍ କହିଛନ୍ତି ଯେ ତାଙ୍କ ସରକାର କ୍ଷମତାକୁ ଫେରିବେ ତେବେ ସ୍ଥାନୀୟ ନିର୍ବାଚନରେ ଓବିସି କୋଟା ଲାଗୁ କରିବେ ଯଦି ନ କରିପାରିନ୍ତି ତେବେ ରାଜନୀତିରୁ ସନ୍ଯାସ ନେଇଯିବେ ବୋଲି ଦେବେନ୍ଦ୍ର ଫଡ଼ନଭିସ୍ ଘୋଷଣା କରିଛନ୍ତି। ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ ହେଉଥିବା ବେଳେ ଭେରାଇଟି ସ୍କୋୟାର ଚୌକ୍‌ରେ ବିରୋଧ ପ୍ରଦର୍ଶନ କରୁଥିବା ଅବସରରେ ଫଡ଼ାନାଭିସ୍ କହିଛନ୍ତି ଯେ ଓବିସି ସଂରକ୍ଷଣ ପ୍ରସଙ୍ଗ ସଂସଦରେ ଉଠାଇବ କହି ମହା ବିକାଶ ଅଘାଡ଼ି ସରକାର ଲୋକଙ୍କୁ ପ୍ରତାରଣ କରୁଛି। କିନ୍ତୁ ସତ କଥା ହେଉଛି ରାଜ୍ୟ ସ୍ତରରେ ଏହି ସମସ୍ୟାର ସମାଧାନ କରିହେବ। ରାଜ୍ୟ ସରକାର ଚାହିଁଲେ ଆଇନ୍ ଆଣି ସ୍ଥାନୀୟ ନିର୍ବାଚନରେ କୋଟା ଲାଗୁ କରିପାରିବେ । ସ୍ଥାନୀୟ ନିର୍ବାଚନରେ ଓବିସି କୋଟା ଲାଗୁ କରିବା ଦାବିରେ ରାଜ୍ୟବ୍ୟାପୀ ୧୦୦୦ ସ୍ଥାନରେ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଦଳ ପୂର୍ବରୁ ଘୋଷଣା କରିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ନାଗପୁରରେ ବିରୋଧ ପ୍ରଦର୍ଶନ କରିଥିବା ବେଳେ ବିଧାନପରିଷଧର ବିପକ୍ଷ ନେତା ପ୍ରବୀଣ ଦାରେକର ଠାଣେ ବିରୋଧ କରିଥିଲେ। ବିରୋଧ ପ୍ରଦର୍ଶନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏହି ଅବସରରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସେହିପରି ପୁଣେର ପଙ୍କଜା ମୁଣ୍ଡେ ମଧ୍ୟ ଗଠବନ୍ଧନ ସରକାରଙ୍କୁ ଟାର୍ଗେଟ କରିଥିଲେ। ମୁଣ୍ଡେ କହିଛନ୍ତି ଯେ ଓବିସି ସଂରକ୍ଷଣ ହାସଲ କରିବାରେ ସରକାର ବିଫଳ ହୋଇଛନ୍ତି। ସଂରକ୍ଷଣ ଓବିସି ସମ୍ପ୍ରଦାୟର ଉନ୍ନତି ପାଇଁ ଜରୁରୀ ଅଟେ। ସେ ଅଭିଯୋଗ କରିଛନ୍ତି ଯେ ଓବିସି ସଂରକ୍ଷଣ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ରାଜ୍ୟ ସରକାର ସମବାୟ କ୍ଷେତ୍ରରେ ନିର୍ବାଚନ ସମେତ ବିଭିନ୍ନ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ଏବଂ କୋର୍ଟ ସଂରକ୍ଷଣକୁ ବାତିଲ କରିବା ପରେ ହିଁ ନିର୍ବାଚନ ଘୋଷଣା କରାଯାଇଥିଲା। ସେ କହିଛନ୍ତି, “ଆମେ ଦାବି କରୁଛୁ ଯେ ଓବିସି ସଂରକ୍ଷଣକୁ ପୁନଃ ସ୍ଥାପିତ କରାଯାଉ ଏବଂ ସେପର୍ଯ୍ୟନ୍ତ କୌଣସି ନିର୍ବାଚନ କରାନଯାଉ । ଆମେ ଚାହୁଁଛୁ ସରକାର ଆମ ସହ ମିଶି ନିର୍ବାଚନ ସ୍ଥଗିତ ରଖିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଅନୁରୋଧ କରନ୍ତୁ । ଦାବି ପୂରଣ ନହେଲେ ଭବିଷ୍ୟତରେ ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ ବୋଲି ସେ ଚେତାବନୀ ଦେଇଛନ୍ତି। ” ସୂଚନାଯୋଗ୍ୟ ଯେ ୨୦୧୯ ରେ ବିଜେପି-ଶିବସେନା ସରକାରରେ ସ୍ଥାନୀୟ ପୌର ନିର୍ବାଚନରେ ଓବିସିକୁ ସଂରକ୍ଷଣ ମିଳିଥିଲା। ତେବେ ଏହି ମାମଲାରେ ଉଚ୍ଚନ୍ୟାୟଳର ନିର୍ଦ୍ଦେଶ ଦେଇ କହିଥିଲେ ଯେ ମହାରାଷ୍ଟ୍ରରେ ସ୍ଥାନୀୟ ପୌର ନିର୍ବାଚନରେ ଓବିସି ସଂରକ୍ଷଣ, ଅନୁସୂଚିତ ଜାତି ଓ ଜନଜାତି ପାଇଁ ମୋଟ ସିଟ୍‌ର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରୁ ଅଧିକ ହୋଇପାରିବ ନାହିଁ। ପଞ୍ଚାୟତ ସମିତି ଅଧିନିୟମ ୧୯୬୧ର ଭାଗ ୧୨(୨)( ସି)କୁ ବ୍ୟାଖ୍ୟା କରି ଓବିସି ଆରକ୍ଷଣ ପାଇଁ ୨୦୧୮-୨୦ରେ ରାଜ୍ୟ ନିର୍ବାଚନ ଆୟୋଗ ଜାରି କରିଥିବା ଅଧିସୂଚନାକୁ ମଧ୍ୟ କୋର୍ଟ ରଦ୍ଦ କରିଥିଲେ। ଏଥିପାଇଁ ମହାବିକାଶ ଅଘାଡ଼ି ସରକାରକୁ ଦାୟୀ କରୁଛି ବିଜେପି। ଅଘାଡୀ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ କୋର୍ଟ ରଦ୍ଦ କଲେ ବୋଲି ବିଜେପି ଅଭିଯୋଗ କରିଛି। ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରରେ ଧୁଲେ, ନନ୍ଦୁରବାର, ବଶୀମ, ଅକୋଲା ଓ ନାଗପୁର ଜିଲ୍ଲାରେ ଉପନିର୍ବାଚନ ପାଇଁ ଘୋଷଣା କରାଯାଇଛି। ଏଥିସହିତ ଦିଲ୍ଲା ପରିଷଦର ୮୫ ସିଟ୍‌ ଓ ୧୪୪ ପଞ୍ଚାୟତ ସମୀତି ସିଟ୍‌ରେ ନିର୍ବାଚନ ହେବାକୁ ଯାଉଛି। ତେବେ କରୋନା କାଳରେ ବିଜେପିର ଏହି ଆନ୍ଦୋଳନକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିନ୍ଦା କରିଛନ୍ତି।

Related Posts