ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):୭ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହି ଗସ୍ତ ରାଜନୈତିକ କାର୍ଯ୍ୟକ୍ରମ ତୁଳନାରେ ପାରିବାରିକ କାରଣ ପାଇଁ ହୋଇଥିବା ସୂଚନା ମିଳିଛି । ନିଜ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ଏବଂ ତାଙ୍କ ସହ ସମୟ ବିତାଇବା ପାଇଁ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ନବୀନ ପଟ୍ଟନାୟକ ପ୍ରାୟ ୭ ଦିନ ଦିଲ୍ଲୀରେ ରହିବେ । ଏହି ସମୟ ମଧ୍ୟରେ ସେ ନିଜ ଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିପାରନ୍ତି । ତେବେ ଦିଲ୍ଲୀ ଗସ୍ତ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।