ମୋ ନେତୃତ୍ୱରେ ହିଁ ଆଗାମୀ ନିର୍ବାଚନ ଲଢ଼ିବ ବିଜେଡି: ନବୀନ June 25, 2026 | 1:59 PMSatyapathaFeatured Postsବଡ ଖବରମୁଖ୍ୟ ଖବରରାଜନୀତିରାଜ୍ୟ ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଗାମୀ ନିର୍ବାଚନରେ ତାଙ୍କ ନେତୃତ୍ୱରେ ହିଁ ବିଜେଡି ନିର୍ବାଚନ ଲଢ଼ିବ । ଏଥିନେଇ କାହାରି ମନରେ ଦ୍ୱନ୍ଦ ରଖିନାହାନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ସୁଜାତା ରାଉତ କାର୍ତ୍ତିକେୟନଙ୍କ ବିଜେଡିରେ ମିଶିବା ଅବସରରେ ଗଣମାଧ୍ୟମରେ ଏହା ସ୍ପଷ୍ଟ କରିଛନ୍ତି । ଆଗାମୀ ନିର୍ବାଚନରେ ମୁଁ ହିଁ ନେତୃତ୍ୱ ନେବି ବୋଲି ସେ ଦୋହରାଇଛନ୍ତି । ସୁଜାତାଙ୍କୁ ବିଜେଡିରେ ସ୍ୱାଗତ କରି ନବୀନ କହିଛନ୍ତି ଯେ ସେ ଦଳର ଜଣେ ସାଧାରଣ କର୍ମୀ ଭାବରେ କାମ କରିବେ । ଜଣେ ଆଇଏଏସ୍ ଅଫିସର ଭାବେ ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ରହିଛି । ମହିଳାମାନଙ୍କ କ୍ଷେତ୍ରରେ ସେ ଅନେକ କାମ କରିଛନ୍ତି । ତାଙ୍କର ସେହି ଅଭିଜ୍ଞତା ଦଳ ପାଇଁ କାମରେ ଲାଗିବ ବୋଲି ନବୀନ ଆଶା ରଖିଛନ୍ତି । ଅନ୍ୟପକ୍ଷରେ ବିଜେଡିରେ ତାଙ୍କୁ ସୁଯୋଗ ଦେଇଥିବାରୁ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ସୁଜାତା । ସେ କହିଛନ୍ତି, ଦୀର୍ଘ ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମୋତେ ସୁଯୋଗ ମିଳିଥିଲା । ଆଜି ବିଜୁ ଜନତା ଦଳରେ ସାମିଲ ହୋଇ ମୋତେ ତାଙ୍କ ନେତୃତ୍ୱରେ ଓଡ଼ିଶା ମାଟିର ସେବା କରିବା ପାଇଁ ପୁଣି ଥରେ ସୁଯୋଗ ମିଳିଛି । ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଦଳର ନେତୃବୃନ୍ଦ ଓ ଲକ୍ଷ ଲକ୍ଷ କର୍ମୀଙ୍କ ଆଶୀର୍ବାଦରେ ମୁଁ ଓଡ଼ିଶାବାସୀଙ୍କ ପାଇଁ ନିଷ୍ଠା ଓ ସମର୍ପଣରେ କାମ କରିବି ।
ରାମ ମନ୍ଦିର ଦାନ ଅର୍ଥ ଘୋଟାଲା ମାମଲାରେ ଏସ୍ଆଇଟିର ତଦନ୍ତ ୧୫ ପୃଷ୍ଠାର ରିପୋର୍ଟରେ ବଡ ଖୁଲାସା June 25, 2026 | 1:25 PM
ଶାନ୍ତି ଆଲୋଚନା ସକରାତ୍ମକ ! ସ୍ୱାଭାବିକ ହେଉଛି ମଧ୍ୟପ୍ରାଚ୍ୟ ସ୍ଥିତି ହର୍ମୁଜରୁ ଟୋଲ୍ ଆଦାୟ କରିବନି ଇରାନ: ଟ୍ରମ୍ପ June 25, 2026 | 1:15 PM