ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବଚାନର ଭୋଟ ଗଣତି ପ୍ରକି୍ରୟା ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ନେତା ସମର୍ଥକଙ୍କ ଗହଳିରେ ଭୋଟ ଗଣତି କେନ୍ଦ୍ରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ସମସ୍ତେ ଫଳାଫଳକୁ ଅପେକ୍ଷା କରିଛନ୍ତି। ତେବେ ଫଳାଫଳ ଘୋଷଣାର ପ୍ରଥମ ଦିନରେ କଟକ ଜିଲ୍ଲାର ୧୪ଟି ଜିଲ୍ଲାପରିଷଦ ଆସନ ଓ ୧୦୪ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବର ଆସନ ପାଇଁ ଫଳାଫଳ ପ୍ରକାଶ ପାଇବ। କଟକ ସଦର ବ୍ଲକ୍ ଜୋନ ୪ ଜିଲ୍ଲାପରିଷଦ ଆସନ ଓ ଏହାର ଅଧିନରେ ଥିବା ୩ଟି ପଞ୍ଚାୟତ, ବାରଙ୍ଗ ୩୨ ନମ୍ବର ଜୋନ ଅନ୍ତର୍ଗତ ୮ଟି ପଞ୍ଚାୟତ, ଟାଙ୍ଗୀ-ଚୌଦ୍ବାର ବ୍ଲକ୍ ଜୋନ-୧୦ ଅନ୍ତର୍ଗତ ୮ଟି ପଞ୍ଚାୟତ, କଣ୍ଟାପଡା ଜୋନ ୮ ଅନ୍ତର୍ଗତ ୬ଟି ପଞ୍ଚାୟତ, ନିଆଳି ଜୋନ-୨୦ ଓ ୬ଟି ପଞ୍ଚାୟତ, ବାଙ୍କୀ ଜୋନ ୩୪ ଓ ୭ଟି ପଞ୍ଚାୟତ, ବାଙ୍କୀ-ଡମପଡା ଜୋନ ୩୭ ଓ ୯ ପଞ୍ଚାୟତ, ଆଠଗଡ଼ ଜୋନ ୧ ଓ ୧୦ ପଞ୍ଚାୟତ, ତିଗିରିଆ ଜୋନ ୧୪ ଓ ୭ଟି ପଞ୍ଚାୟତ, ବଡମ୍ବା ଜୋନ ୨୯ ଓ ୭ ଟି ପଞ୍ଚାୟତ, ନରସିଂହପୁର ଜୋନ ୧୬ ଓ ୮ଟି ପଞ୍ଚାୟତ, ସାଲେପୁର ଜୋନ ୪୩ ଓ ୮ଟି ପଞ୍ଚାୟତ, ମାହାଙ୍ଗା ଜୋନ ୩୯ ଓ ୯ଟି ପଞ୍ଚାୟତ, ନିଶ୍ଚିନ୍ତକୋଇଲି ଜୋନ ୨୪ ଓ ୮ଟି ପଞ୍ଚାୟତର ଭୋଟ ଫଳାଫଳ ପ୍ରକାଶ ପାଇବ।
ଏଠାରେ ସୂଚନା ଯୋଗ୍ୟ ଯେ, ୮ଟି ନିର୍ବାଚନମଣ୍ଡଳୀର ୧୪ଟି ବ୍ଲକ୍, ୪୬ଟି ଜିଲ୍ଲାପରିଷଦ ଆସନ, ୩୭୩ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, ୱାର୍ଡମେମ୍ବର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟରୁ ୧୪ଜିଲ୍ଲା ପରିଷଦ ଜୋନରୁ ବରଙ୍ଗରେ ବିଜେପି,ବାଙ୍କୀ ୩୭ ଜୋନ୍ ରେ କଂଗ୍ରେସ ଆଗରେ ଓ କଟକ ସଦରରେ ସ୍ୱାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି। ବାକି ୧୧ଟିରେ ବିଜେଡି ଆଗୁଆ ରହିଛି।
