ବିଜେଡିରେ ମିଶିଲେ ପ୍ରକାଶ ଚନ୍ଦ୍ର ବେହେରା

  

ଭୁବନେଶ୍ୱର,୩/୪(ସତ୍ୟପାଠ ବ୍ୟୁରୋ): ବିଜେଡିରେ ମିଶିଲେ ପ୍ରକାଶ ବେହେରା । ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତି ଆଜି ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେଇଛନ୍ତି। 

 ବିଜେଡିରେ ମିଶିଲେ ପ୍ରକାଶ ବେହେରା। ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଟକ ଜିଲା ବିଜେପିର ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଦଳରୁ ଇସ୍ତଫା ଦେବା ପରେ ଆଜି ବିଜେଡିରେ ମିଶିଛନ୍ତି। 

ଅନ୍ୟପକ୍ଷରେ ପ୍ରକାଶ ବିଜେଡିରେ ମିଶିବା ପରେ ସାଲେପୁର ଆସନ ପାଇଁ ବିଜେଡି ଟିକଟ କାହାକୁ ମିଳିବ ସେ ନେଇ ଚର୍ଚ୍ଚା ହେଉଛି। ସାଲେପୁର ଆସନ ପାଇଁ ପ୍ରକାଶ ଟିକଟ ହାତେଇବେ ନା ପ୍ରଶାନ୍ତ ବେହେରା ରିପିଟ ହେବେ ତାକୁ ନେଇ ଉଭୟ ନେତାଙ୍କ ସମର୍ଥକ ଓ କର୍ମୀଙ୍କ ମଧ୍ୟରେ ଆଲୋଚନା ସରଗରମ ହେବାରେ ଲାଗିଛି ।

Related Posts