ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ।

ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ଏହାକୁ ନେଇ ସେ ଆଜି ଇଡିରେ ହାଜର ହୋଇଛନ୍ତି । ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ପୂର୍ବରୁ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ । ଭୁବନେଶ୍ୱର, ଭଦ୍ରକର ଏକାଧିକ ସ୍ଥାନରେ ରେଡ୍ କରିଥିଲା ଇଡି । ଏହି ସମୟରେ ଗୋଟିଏ କାର ସହ ୯ଲକ୍ଷ ଟଙ୍କା ଜବତ କରିଥିଲା ଇଡି ।

Related Posts