ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ “ନିର୍ବାଚନରେ ଲଗାଇଥିଲା ହୱାଲା ଟଙ୍କା ” , ଦଳ ୪୦ କୋଟି କଳା ଧନ ଖର୍ଚ୍ଚ କରିଥିବା ନେଇ କୋର୍ଟଙ୍କୁ ଜଣାଇଲା ପୋଲିସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଚଳିତ ବର୍ଷ କେରଳରେ ବିଧାନସଭା ନିର୍ବାଚନର ଠିକ୍ ତିନି ଦିନ ପୂର୍ବରୁ ଥ୍ରୀସୁର ହାଇୱେରେ ସାଢେ ତିନି କୋଟି ଟଙ୍କା ଚୋରି ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କେରଳ ପୋଲିସ ଏହି ମାମଲାରେ ଥ୍ରୀସୁର କୋର୍ଟରେ ଏବେ ଚାର୍ଜସିଟ ଦାଖଲ କରିଛି। ଅଭିଯୋଗ ହୋଇଛି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ଏପ୍ରିଲ ମାସରେ ବେଆଇନ ଭାବେ ୪୦ କୋଟି ଟଙ୍କା କର୍ଣ୍ଣାଟକରୁ କେରଳକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏହାକୁ ହାୱାଲା ମାଧ୍ୟମରେ କେରଳ ୟୁନିଟରେ ଥିବା ଅନେକ କାର୍ଯ୍ୟାଳୟର ପଦାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା।  ପୋଲିସ କହିଛି ଯେ ଥ୍ରୀସୁର ହାଇୱେରୁ ଚୋରି ହୋଇଥିବା ଟଙ୍କା ମଧ୍ୟ କଳା ଟଙ୍କା ର ଏକ ଅଂଶ ଥିଲା । ତେବେ ବିଜେପି ଏହା ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛି।

କେରଳ ପୋଲିସର ଚାର୍ଜସିଟରେ ଆଉ କ’ଣ ଅଛି ?

ଥ୍ରୀସୁର କୋର୍ଟରେ ପୋଲିସ ପକ୍ଷରୁ ଦିଆଯାଇଥିବା ଚାର୍ଜସିଟ ଅନୁଯାୟୀ, କର୍ଣ୍ଣାଟକରୁ କେରଳକୁ ଅଣାଯାଉଥିବା ବେଳେ ତଥାକଥିତ ଭାବେ ତାମିଲନାଡୁର ସାଲେମରେ ୪ କୋଟି ୪୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କେରଳ ହାଇୱେ ଡକାୟତି ମାମଲାରେ ଇଡି ପକ୍ଷରୁ ତଦନ୍ତ ଦାବି କରିଆସୁଥିବା ଲୋକତାନ୍ତ୍ରିକ ଯୁବ ଜନତା ଦଳର ଜାତୀୟ ସଭାପତି ସଲିମ ମଦୁଭାର ଶନିବାର ତାମିଲନାଡୁର ଡିଜିପିଙ୍କୁ ସାଲେମ ଡକାୟତିର ଯାଞ୍ଚ କରିବାକୁ କହିଛନ୍ତି।  ସେ ଏହା ମଧ୍ୟ କହିଛନ୍ତି ଯେ ତାମିଲନାଡୁ ପୋଲିସକୁ ଏପର୍ଯ୍ୟନ୍ତ ଚୋରି ହୋଇଥିବା ରାଶି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ, ଏଥିରୁ ସ୍ପଷ୍ଟ ହୋଇଛି ଯେ ଲୁଟ୍ ହୋଇଥିବା ୪ କୋଟି ୪୦ ଲକ୍ଷ ଟଙ୍କା କଳା ଧନ ଥିଲା।

 କ୍ରାଇମ ବ୍ରାଞ୍ଚ ଦେଇଥିବା ଚାର୍ଜସିଟରେ କୁହାଯାଇଛି ଯେ ସାଲେମରେ ଚୋରି ହୋଇଥିବା ଟଙ୍କାକୁ ମାର୍ଚ୍ଚ ୬ ରେ ବାଙ୍ଗାଲୋର ଦେଇ କେରଳକୁ ଅଣାଯାଇଥିଲା।  ପ୍ରାୟ ଏକ ମାସ ପରେ, ଏପ୍ରିଲ ୩ ରେ, ଥ୍ରିସୁରରେ ସାଢେ ତିନି କୋଟି ଟଙ୍କା ଡକାୟତି ହୋଇଥିଲା। ପୋଲିସ କହିଛି ଯେ ସାଲେମରେ ଚୋରି ହୋଇଥିବା ଟଙ୍କା ଆରଏସଏସ କର୍ମୀ ଏ.କେ ଧର୍ମରାଜଙ୍କ ନିକଟ ହାୱାଲା ଡିଲର ଧନରାଜନ ଆଣିଥିଲେ। କେରଳର ଥ୍ରୀସୁରରେ ଡକାୟତି ମାମଲାରେ ଧନରାଜଙ୍କୁ ମଧ୍ୟ ସାକ୍ଷୀ କରାଯାଇଛି।

 ଏହି ଚାର୍ଜସିଟରେ ଦର୍ଶାଯାଇଛି ଯେ ବେଆଇନ ଭାବେ ସଂଗୃହୀତ ୪୦ କୋଟି ଟଙ୍କା ମଧ୍ୟରୁ ୧୭ କୋଟି ଟଙ୍କା ଧର୍ମରାଜ, ଧନରାଜ ଏବଂ ଅନ୍ୟମାନେ ସିଧାସଳଖ କେରଳକୁ ଆଣିଛନ୍ତି। ଏହା ବ୍ୟତୀତ ହୱାଲା ଏଜେଣ୍ଟମାନଙ୍କ ମାଧ୍ୟମରେ କୋଜିକୋଡକୁ ୨୩ କୋଟି ଟଙ୍କା ଅଣାଯିବର ଥିଲା ।  ଚାର୍ଜସିଟରେ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ଏବଂ ଦଳର ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ଏମ ଗଣେଶନଙ୍କୁ ନଗଦ କାରବାର ସମ୍ପର୍କରେ ସୂଚନା ଥିବା ନେଇ ଅଭିଯୋଗ ହୋଇଛି। ଏହା ବ୍ୟତୀତ ସୁରେନ୍ଦ୍ର ମଧ୍ୟ ଧର୍ମରାଜଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ପ୍ରକାଶ ଥାଉକି , ଏପ୍ରିଲ ୩ ତାରିଖ ସକାଳେ ଥ୍ରୀସୁରରେ ଏହି ଚୋରି ଘଟିଥିବା ବେଳେ ଧର୍ମରାଜ ସୁରେନ୍ଦ୍ରଙ୍କ ପୁଅ କେ.ଏସ୍ ହରିକିଶାନଙ୍କ ସହ ଯୋଗାଯୋଗରେ ଥିଲେ।

 ପୋଲିସର ସୂଚନାନୁସାରେ, ଥ୍ରୀସୁରରେ ସାଢେ ତିନି କୋଟି ଟଙ୍କା ଚୋରି ହୋଇଛି।  ସେଥିମଧ୍ୟରୁ ୧ କୋଟି ୪୬ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାର ଅଧିକାଂଶ କରେନ୍ସି କିମ୍ବା ସୁନା ଆକାରରେ ମିଳିଥିଲା ​​ଏବଂ ଏହାର ଅଧିକାଂଶ ଅଂଶ ଏହି ଚୋରିରେ ଗିରଫ ହୋଇଥିବା ୨୨ ଅଭିଯୁକ୍ତଙ୍କ ଦ୍ୱାରା ଖର୍ଚ୍ଚ କରାଯାଇଥିଲା ।

 ବିଜେପି ଅଭିଯୋଗକୁ ଅସ୍ୱୀକାର କରିଛି :- 

ବିଜେପିର କେରଳ ୟୁନିଟ୍ ର ସଭାପତି କେ ସୁରେନ୍ଦ୍ରନ୍ ଅଭିଯୋଗ କରିଛନ୍ତି ଯେ ପୋଲିସ ପ୍ରକୃତରେ ଅଭିଯୁକ୍ତଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଛି ଏବଂ ଯେଉଁମାନେ ଆଇନକୁ ବୁଝନ୍ତି ସେମାନେ ଜାଣନ୍ତି ଯେ ରାଜନୈତିକ ଉଦ୍ଦେଶ୍ୟ ନିହିତ ଥିବା ବ୍ୟକ୍ତିଙ୍କ ବିରୋଧରେ ଯେତେବେଳେ କୋର୍ଟରେ ଅଭିଯୋଗ ହୋଇଥାଏ, ସେତେବେଳେ କଣ ହୋଇଥାଏ। 

 “ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟ୍ ଏକ ରାଜନୈତିକ ଷଡ଼ଯନ୍ତ୍ର । ଅଭିଯୁକ୍ତଙ୍କଠାରୁ ଟଙ୍କା ଫେରସ୍ତ କରିବାକୁ ପୋଲିସ ଆଗ୍ରହୀ ଥିବା ଜଣାପଡିଛି।  ଏହି ଚାର୍ଜସିଟ୍ ବହୁ ପରିମାଣରେ ରାଜନିତୀରେ ପ୍ରେରିତ ବୋଲି ଜଣାପଡିଛି, ଯାହା ବିଜେପିକୁ ବଦନାମ କରିବାକୁ ଲକ୍ଷ୍ୟ ରଖି କରାଯାଇଛି ବୋଲି କୁହାଯାଇଛି । ବିଜେପି ନେତା ଅଭିଯୋଗ କରିଛନ୍ତି ଯେ, ପୁଲିସ ଦ୍ବାରା ଜାରି କରାଯାଇଥିବା କଲ୍ ଡିଟେଲ୍ ରେକର୍ଡସ (ସିଡିଆରଏସ୍) ମିଥ୍ୟା। ଏବଂ ଖୁବ୍ ଶୀଘ୍ର ସେ ଏହାର ପ୍ରକୃତ ସିଡିଆର ଜାରି କରିବେ ବୋଲି ଦାବି କରିଛନ୍ତି।

Related Posts