ଜମ୍ମୁ-କଶ୍ମୀରରେ ବାହାର ଲୋକଙ୍କୁ ମତଦାନ ଅଧିକାର ଦେଇ ରାଜ୍ୟର ଲୋକଙ୍କୁ ଶକ୍ତିହୀନ କରିବାକୁ ପ୍ରୟାସ କରୁଛି ବିଜେପି : ମେହେବୁବା ମୁଫତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ନିର୍ବାଚନ କମିଶନ କହିଛନ୍ତି, ରାଜ୍ୟରେ ରହୁଥିବା ରାଜ୍ୟ ବାହାର ଲୋକେ ମଧ୍ୟ ଜମ୍ମୁ-କଶ୍ମୀରରେ ଭୋଟ ଦେଇ ପାରିବେ । ତେବେ ଏହାକୁ ନେଇ ଭରତୀୟ ଜନତା ପାର୍ଟି(ଭାଜପା) ଶାସିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ।ସେ କହିଛନ୍ତି ବାହାର ରାଜ୍ୟର ଲୋକଙ୍କୁ ମତଦାନ କରିବାର ଅଧିକାର ଦେଇ କଶ୍ମୀର ଲୋକଙ୍କୁ ଶକ୍ତିହୀନ କରିବାକୁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର। ସେ ଆହୁରି କହିଛନ୍ତି ଯେ ନିର୍ବାଚନ କମିଶନଙ୍କ ଏହି ନିଷ୍ପତି ପଛରେ ବିଜେପିର ରାଜନୈତିକ ଏଜେଣ୍ଡା ରହିଛି। ଏହାଦ୍ବାରା ଜମ୍ମୁ-କଶ୍ମୀର ନିର୍ବାଚନରେ ବାହାର ରାଜ୍ୟର ଲୋକଙ୍କୁ ଆଣି ଏଠାରେ ଭୋଟ ଦେବାର ପ୍ରୟାସ କରୁଛି ବିଜେପି।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଜମ୍ମୁ-କଶ୍ମୀରେ କୌଣସି ନିର୍ବାଚିତ ସରକାର ନାହାନ୍ତି। ରାଜ୍ୟରୁ ଧାରା ୩୭୦ ହଟିବା ସହିତ ବିଧାନ ସଭାକୁ ଭଙ୍ଗ କରାଯାଇଥିଲା। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏଠାରେ ବିଧାନସଭା ନିର୍ବାଚନ ଘୋଷଣା ହୋଇପାରେ ବୋଲି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି।

Related Posts