ସୀମା ସୁରକ୍ଷାବଳ ଗୁଳି ଚଳାଇବାରୁ ଫେରିଗଲା ପାକିସ୍ତାନ ଡ୍ରୋନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୀମା ସୁରକ୍ଷାବଳ ଗୁଳି ଚଳାଇବାରୁ ଫେରିଗଲା ପାକିସ୍ତାନ ଡ୍ରୋନ । ତେବେ ଜମ୍ମୁ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍ ଉଡୁଥିବା ଦେଖି ‘ସୀମା ସୁରକ୍ଷା ବଳ ଗୁଳି ଚଳାଇଥିଲେ । ଗୁଳି ଚାଳନା ଦେଖି ଡ୍ରୋନ୍ଟି ତୁରନ୍ତ ପାକିସ୍ତାନ ପଟକୁ ଚାଲି ଯାଇଥିଲା। କିନ୍ତୁ, ଉକ୍ତ ଡ୍ରୋନ୍ରୁ କାଳେ କୌଣସି ସାମଗ୍ରୀ ସେ ଅଞ୍ଚଳରେ ପକାଯାଇଥିବ ତାହା ଖୋଜି ବାହାର କରିବା ଲାଗି ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଥିଲା।

ସେପଟେ ଜମ୍ମୁ ସୀମାନ୍ତର ‘ବିଏସ୍ଏଫ୍’ ଡେପୁଟି ଇନ୍ସପେକ୍ଟର୍ ଜେନେରାଲ୍ ଏସ୍.ପି. ସାନ୍ଧୁ କହିଛନ୍ତି, ସନ୍ଧ୍ୟା ୭.୨୫ରେ ଆର୍ଣ୍ଣିଆ ଅଞ୍ଚଳରେ ପାକିସ୍ତାନ ପଟୁ ଗୋଟାଏ ଡ୍ରୋନ୍ ଆଲୁଅ ଦପ୍ଦପ୍ କରି ଭାରତ ପଟକୁ ଆସୁଥିବା ଦେଖାଯାଇଥିଲା। ଉକ୍ତ ଡ୍ରୋନ୍ଟି ଭାରତ ପଟକୁ ପ୍ରବେଶ କରିବା କ୍ଷଣି ‘ବିଏସ୍ଏଫ୍’ ଯବାନମାନେ ତାହାକୁ ଖସାଇବା ପାଇଁ ୮ ରାଉଣ୍ଡ୍ ଗୁଳି ଚଳାଇଥିଲେ। କିନ୍ତୁ, ଉକ୍ତ ଡ୍ରୋନ୍ଟି କୌଣସିମତେ ଉଡ଼ି ପାକିସ୍ତାନ ପଟକୁ ଚାଲିଗଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts