ପୂର୍ବତନ ବିଜେପି ନେତାଙ୍କୁ କାର ଡିକିରେ ଭର୍ତ୍ତି କରି ଜାଳିଦେଲେ ଦୁର୍ବୃତ୍ତ

bjp

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ତେଲେଙ୍ଗାନରେ ଘଟିଛି ଏକ ଅଭାବନୀୟ ଘଟଣା । ଭାରତୀୟ ଜନତା ପାର୍ଟିର ପୂର୍ବତନ ଉପାଧ୍ୟକ୍ଷ ତଥା ବ୍ୟବସାୟୀ ଭି ଶ୍ରୀନିବାସ ପ୍ରସାଦଙ୍କୁ ତାଙ୍କ କାର ଡିକିରେ ଭର୍ତ୍ତି କରି ଦୁର୍ବୃତ୍ତମାନେ ତାଙ୍କ କାରକୁ ଜାଳି ଦେଇଛନ୍ତି । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ତେବେ ଆଜି ସକାଳେ ପୁଲିସ ସୂଚନା ପାଇଥିଲା ଯେ କାରର ଡିକିରେ ଏକ ମୃତ ଦେହ ପଡିଛି । ଏବଂ କାରଟି ସମ୍ପୂର୍ଣ୍ଣ ଜଳିଯାଇଛି ।

ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଜେପି ନେତାଙ୍କ ମୃତଦେହ ଉଦ୍ଧାର କରିଛି। ଅପରିପକ୍ଷରେ ପୋଷ୍ଟ ମର୍ଟମ ପରୀକ୍ଷା ପାଇଁ ଶବକୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ୩୦୨ ଆଇପିସି ଅଧୀନରେ ଏକ ମାମଲା ରୁଜୁ ହୋଇଛି । ଏନେଇ ମେଡକର ପୁଲିସ ଅଧିକ୍ଷକ ଚାନ୍ଦନା ଦୀପ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇ ଦଣ୍ଡିତ କରାଯିବ । ଏଘଟଣାଟି ସାମ୍ନାକୁ ଆସିବା ପରେ ସମ୍ପୂର୍ଣ୍ଣ ଜିଲ୍ଲାରେ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ବିଜେପି କ୍ଷୌଭ ପ୍ରକାଶ କରିଛି ।

Related Posts