ରାଜଧାନୀରେ ଚିନ୍ତା ବଢାଉଛି ଡେଙ୍ଗୁ; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୫ ଡେଙ୍ଗୁ ରୋଗୀ

dengu

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୩୫ ଡେଙ୍ଗୁ ରୋଗୀ । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୦୯କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୭୦୬ ଜଣ ଡେଙ୍ଗୁ ରୋଗୀ ସୁସ୍ଥ ହୋଇଥିବା ବେଳେ ୩୦୩ ଟି ଆକ୍ଟିଭ କେସ ରହିଛି । ଅପରିପକ୍ଷରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ୧୦ ହଜାର ୨୭୬ଟି ଘରେ ମୋଟ ୪୨ ହଜାର ୫୮୮ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ସେହିପରି ୩୨ ହଜାର ୮୩୧ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟେଇବା ସହ ୩୨ ହଜାର ୪୮୭ ଟି ସ୍ଥାନରେ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବାର ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ ବଢୁଥିବା ଡେଙ୍ଗୁକୁ ନେଇ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ତେବେ ବର୍ଷା ଦିନେ ଡେଙ୍ଗୁ, ଚିକେନଗୁନିଆ ଓ ମ୍ୟାଲେରିଆ ବ୍ୟାପେ । ସବୁ ବର୍ଷ ଏହି ସମୟରେ ବଢ଼େ । ଭୁବନେଶ୍ୱରରେ ଏ ବର୍ଷ ଲକଡାଉନ ବର୍ଷା ଦିନ ପର୍ଯ୍ୟନ୍ତ ରହିଥିଲା । ତେଣୁ ଅଧିକାଂଶ ସ୍କୁଲ, ପାର୍କ, ଗ୍ୟାରେଜ ତାଲା ପଡିରହିଲା । ଅନେକ ବାସଗୃହ, ନିର୍ମାଣାଧୀନ ଘର ବି ତାଲା ପଡି ରହିଥିଲା ଜ୍ଝ ତେଣୁ ପାଣି ଜମି ଏଭଳି ଡେଙ୍ଗୁ ସ୍ଥିତି ଉପୁଜିଥିଲା । ତେଣୁ ଲୋକମାନେ ସପ୍ତାହର ଗୋଟିଏ ଦିନରେ ବିଭିନ୍ନ ସାମଗ୍ରୀରୁ ପାଣି ଖାଲି କରିଦେଲେ ମଶାଙ୍କର ବଂଶ ବିସ୍ତାର ବନ୍ଦ ହୋଇଯିବ ବୋଲି କହିଛନ୍ତି । ଏହା ସହ ବାହାରକୁ ଗଲେ ଫୁଲ ସାର୍ଟ ପିନ୍ଧିବାର ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

Related Posts