ଶରଦ ପାୱାରଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଲେଖି ଚାପୁଡ଼ା ଖାଇଲେ ବିଜେପି ନେତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶରଦ ପାୱାରଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଲେଖି ଚାପୁଡ଼ା ଖାଇଲେ ବିଜେପି ନେତା । ଏନ୍ସିପି କର୍ମୀଙ୍କ ଏଭଳି ଦାଦାଗିରିର ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍। ଶ୍ରୀ ପାଟିଲ୍ ଶେୟାର କରିଥିବା ଭିଡିଓରେ ଦେଖାଯାଉଛି ଯେ କିଛି ଏନ୍ସିପି କର୍ମୀ ବିଜେପି ନେତା ଆମ୍ବେକରଙ୍କ ସହିତ ତର୍କ କରୁଛନ୍ତି। ତା ଭିତରେ ଧଳା ସାର୍ଟ ପିନ୍ଧିଥିବା ଜଣେ କର୍ମୀ ହଠାତ୍ ଆମ୍ବେକରଙ୍କୁ ଚାପୁଡ଼ା ମାରୁଛନ୍ତି। ଏହି ଘଟଣା ପରେ ଆମ୍ବେକର ଉକ୍ତ କର୍ମୀ ନାଁରେ ପୁନେ ଥାନାରେ ମାମଲା ରୁଜୁ କରିଛନ୍ତି।

ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପାଇଁ ଏନ୍ସିପି ସାଂସଦ ଗିରିସ ବାପତ ଆମ୍ବେକରଙ୍କୁ କ୍ଷମା ମାଗିବାକୁ କହିଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି। ସେପଟେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଶ୍ରୀ ପାଟିଲ୍ ଆକ୍ରମଣ ସମୟର ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି “ମହାରାଷ୍ଟ୍ର ପ୍ରଦେଶ ଭାରତୀୟ ଜନତା ପାର୍ଟି ପ୍ରବକ୍ତା ପିଭିଟି. ବିନାୟକ ଆମ୍ବେକର ଏନ୍ସିପି ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି। ମୁଁ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ଏହି ଏନ୍ସିପି ଗୁଣ୍ଡାମାନଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts