ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ରାଜନେତ୍ରୀ ସୋନାଲୀ ଫୋଗଟ୍‌ଙ୍କର ଅଚାନକ ମୃତ୍ୟୁ ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ପୋଲିସ ତଦନ୍ତ ପକ୍ରିୟାକୁ ଜୋର୍ ଦାର କରିଛି । ମୃତ୍ୟୁ ରହସ୍ୟ ଉପରୁ ଗୋଟାଏ ପରେ ଗୋଟାଏ ପରଦା ହଟିବାରେ ଲାଗିଛି। ତାଙ୍କ ମୃତ୍ୟୁ ମାମଲାର ତଦନ୍ତ କରି ଗୋଆ ପୁଲିସ୍‌ ଶୁକ୍ରବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ତେବେ ସୋନାଲୀ ଯେଉଁ କ୍ଲବ୍‌ ଯାଇଥିଲେ ସେଠାରୁ ଡ୍ରଗ୍ସ ଉଦ୍ଧାର ହୋଇଥିବାରୁ ପୁଲିସ୍‌ କ୍ଲବ୍‌ ମାଲିକକୁ ଗିରଫ କରିଛି। ପୁଲିସ୍‌ କ୍ଲବ୍‌ର ଗାଧୁଆଘରୁ ଡ୍ରଗ୍ସ ଜବତ କରିଥିଲା। ଏବେ ସୁଦ୍ଧା ପୁଲିସ୍‌ ସମୁଦାୟ ୪ ଜଣଙ୍କୁ ଗିରଫ କରି ସାରିଲାଣି।
ପୁଲିସ୍‌ କ୍ଲବ୍‌ ମାଲିକକୁ ଧରି ପଚାରାଉଚରା କରିବା ପରେ ଗିରଫ କରିଛି। ଗୋଆ ପୁଲିସ୍‌ ପ୍ରାଥମିକ ତଦନ୍ତ କରି ସୂଚନା ଦେଇଛି ଯେ ସୋନାଲୀ ଫୋଗଟ୍‌ ଡ୍ରଗ୍‌ ନେଇଥିଲେ। ଗୋଆ ପୁଲିସର ପଚରାଉଚରା ବେଳେ ସୋନାଲି ଫୋଗାଟଙ୍କୁ ମୃତ୍ୟୁ ପୂର୍ବରୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ବୋଲି ଜଣାପଡିଛି।

ଗୋଆ ଆଇଜି ଓମବୀର ସିଂ ବିଷ୍ଣୋଇ ନିକଟରେ କହିଛନ୍ତି ଯେ ସୋନାଲୀଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ ଆଘାତ ଥିବା ଜାଣି ଆମେ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛୁ।

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟ୍‌ଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି ବୋଲି ଖବର ପ୍ରକାଶ ପାଇଥଲା।