ଝାଡଖଣ୍ଡରେ ରାଜନୈତିକ ସଙ୍କଟ; ଛତିଶଗଡ ଯିବେ ୟୁପିଏର ସମସ୍ତ ବିଧାୟକ !

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡଖଣ୍ଡରେ ରାଜନୈତିକ ସଙ୍କଟ ଦେଖାଦେଇଛି । ତେବେ ନିର୍ବାଚନ କମିଶନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବାକୁ ରାଜ୍ୟପାଳଙ୍କୁ ଦେଇଥିବା ଚିଠି ପରେ ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହିଭଳି ସ୍ଥିତିରେ ଶନିବାର ମୁଖ୍ୟମନ୍ତ୍ରୀ ୟୁପିଏ ମେଣ୍ଟର ବିଧାୟକଙ୍କ ସହ ବୈଠକ କରିଛନ୍ତି। ଲଗାତାର ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏଭଳି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

ବୈଠକରେ ଉପସ୍ଥିତ ଥିବା ବିଧାୟକଙ୍କ ଗାଡ଼ିରେ କପଡ଼ା ଭର୍ତ୍ତି ଥିବା ବ୍ୟାଗ ଓ ଅନ୍ୟାନ୍ୟ ଜିନିଷ ଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ଭିନ୍ନ ଏକ ରାଜନୈତିକ ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପଟେ ରାଜ୍ୟରେ ରାଜନୈତିକ ସ୍ଥିତିକୁ ଦେଖି ଝାଡ଼ଖଣ୍ଡର ୟୁପିଏ ବିଧାୟକଙ୍କୁ ଛତିଶଗଡ଼ ସ୍ଥାନାନ୍ତରିତ କରାଯାଇପାରେ ବୋଲି ଆକଳନ କରାଯାଉଛି।

Related Posts