ସିବିଆଇ ହାତକୁ ଗଲା ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାର ତଦନ୍ତ ଭାର

ନୂଆଦିଲ୍ଲୀ : ସିବିଆଇ ହାତକୁ ଗଲା ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାର ତଦନ୍ତ ଭାର | ସିବିଆଇ ଗ୍ରହଣ କରିଛି ଏବଂ ଉକ୍ତ ମାମଲାରେ ସିବିଆଇ ପୁନର୍ବାର ଏତଲା ରୁଜୁ କରିଛି। ଖୁବ୍‌ଶୀଘ୍ର ସିବିଆଇ ଟିମ୍‌ ଗୋଆରେ ପହଞ୍ଚି ଉକ୍ତ ମାମଲାରେ ତଥ୍ୟ ସଂଗ୍ରହ କରିବେ ଏବଂ ସ୍ଥାନୀୟ ପୁଲିସ ଅଧିକାରୀ ଓ ଫୋଗଟଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସହ କଥାବାର୍ତ୍ତା କରିବେ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ଦିନ ସୋନାଲି ଫୋଗଟ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଥିଲେ। ପୂର୍ବରୁ ପରିବାର ଲୋକେ ସିବିଆଇ ତଦନ୍ତ କରିବା ନେଇ ଦାବି କରି ଆସୁଥିଲେ |

Related Posts